କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଏଭଳି ଘଟଣା ଘଟିଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେଠାରେ ମହୁମାଛିମାନେ ଏକ ବିମାନର ଝରକାକୁ ଘେରି ରହିଥିବା ଦେଖିବାକୁ ମିଳୁଛି। ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏହାର ଏକ ଭିଡିଓ କରିଥିଲେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି।
ନଭେମ୍ବର ୩୦ ତାରିଖରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ବିମାନବନ୍ଦରେ ଏୟାର ଭିସ୍ଥାର ବିମାନ ପାର୍କିଂ କରାଯାଇଥିଲା। ଏହି ସମୟରେ ସେଠାକୁ କେଉଁଠୁ ହଜାର ହଜାର ସଂଖ୍ୟାରେ ମହୁମାଛି ପଳାଇ ଆସିଥିଲେ। ସେମାନେ ଦୁଇଟି ଝରକାକୁ କାବୁ କରି ନେଇଥିଲେ। କର୍ମଚାରୀ ମାନେ ଏହାକୁ ଦେଖି ଭୟଭୀତ ହୋଇଯାଇଥିଲେ ।
ପରେ ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ବିମାନରୁ କାଢ଼ି ଦିଆଯାଇଥିଲା। ଏଥିସହ ନିକଟସ୍ଥ ଗ୍ରାଉଣ୍ଡରୁ କର୍ମଚାରୀଙ୍କୁ ମଧ୍ୟ ପଠାଯାଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ପାଣି ସ୍ପ୍ରେ କରି ସେମାନଙ୍କୁ କାଢ଼ିଥିଲେ। ପାଣି ସ୍ପ୍ରେ କରିବାରୁ ତଳକୁ ଖସିପଡିଥିଲେ।