ପୁରୁଣା ଜେଲ ଜମିରେ ପୋତାଯାଉଛି ଖୁଣ୍ଟ, ବୁଲାଯିବ ବାଡ଼

ନୟାଗଡ,୨୫।୮(ଲୋକନାଥ ମିଶ୍ର): ଜବରଦଖଲକୁ ଏଡ଼ାଇବା ପାଇଁ ନୟାଗଡ଼ର ହାର୍ଟ କୁହାଯାଉଥିବା ପୁରୁଣା ଜେଲ ଜମିକୁ ମ୍ୟୁନିସିପାଲିଟି ପକ୍ଷରୁ ସିମେଣ୍ଟ ଖୁଣ୍ଟ ପୋତା ଯାଉଥିବାବେଳେ ତାର ବାଡ ବୁଲାଇବାର ବ୍ୟବସ୍ଥା ରହିଛି। ତେବେ ପୁରୁଣା ଜେଲ ଜମିର କିଛି ଅଂଶରେ ପରିବା ମାର୍କେଟ ରହିଥିବାବେଳେ ଜୁବୁଲି ମାର୍କେଟର କେତେଜଣ ବ୍ୟବସାୟୀଙ୍କ ପାଇଁ ରାସ୍ତା ପ୍ରଦାନ କରାଯାଇଛି। ୨ ବ୍ୟବସାୟୀଙ୍କ ପ୍ରତି ମ୍ୟୁନିସିପାଲିଟିର ଅନୁକମ୍ପା ରହିଥିବା ଚର୍ଚ୍ଚା ହେବା ସହ ସମାଲୋଚନା ଆରମ୍ଭ ହୋଇଛି। ଅନ୍ୟପକ୍ଷେ ସମୁଦାୟ ଜେଲ ଜମିରେ ସିମେଣ୍ଟ ଖୁଣ୍ଟ ପୋତା ଯାଇ ନ ଥିବାରୁ ଇଏ କି ପ୍ରକାରର ସରକାରୀ ଜମିର ସୁରକ୍ଷା ବୋଲି ପ୍ରଶ୍ନ ଉଠିଲାଣି। ମ୍ୟୁନିସିପାଲିଟି ପକ୍ଷରୁ ଠିକ୍‌ ଭାବେ ତାର ବାଡ଼ ଦିଆ ନ ଗଲେ ଜେଲ ପରି ଅନ୍ୟ ସରକାରୀ ଜମି ପରି ଜବରଦଖଲ ହୋଇଯିବ ବୋଲି କୁହାଯାଉଛି।
ପୁରୁଣା ଜେଲ ଜମି ସମ୍ମୁଖ ଜିଲା ସଂସ୍କୃତି ଭବନ ପରିସର ପାଖରେ ଲାଗି ରହିଥିବା ସିଭିଲ କୋର୍ଟ ସାହିର ସୁଧାରାଣୀ ପଟ୍ଟନାୟକ, ଚିତ୍ତ ରଞ୍ଜନ ତ୍ରିପାଠୀ ପ୍ରମୁଖଙ୍କ ବାରିପଟୁ ଜବରଦଖଲ ଉଚ୍ଛେଦ ୨୦୨୨ ଜାନୁୟାରୀ ୩୧ରେ ହୋଇଥିଲା। ଏହି ୨ ପରିବାର ନିଜ ନିଜ ବାରିପଟେ ନୟାଗଡ଼ ସହରର ମୂଲ୍ୟବାନ ସରକାରୀ ଜମିକୁ ଅକ୍ତିଆର କରି ଘର ଓ ପ୍ରାଚୀର କରିଥିଲେ। ଏପରିକି ସରକାରୀ ଜମିରେ ବ୍ୟକ୍ତିଗତ ଭାବେ କୂଅ ଖୋଳା ହୋଇଥିଲା। ମାଜିଷ୍ଟ୍ରେଟ ଭାବେ ନୟାଗଡ଼ ତହସିଲଦାର ଭିକାରୀ ସାହୁ, ନୟାଗଡ଼ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ସ୍ବାତି ମିଶ୍ର ଓ ପୋଲିସ ଫୋର୍ସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ହୋଇଥିଲା। ଉଚ୍ଛେଦ ପରେ ଉଦ୍ଧାର ହୋଇଥିବା ଅଞ୍ଚଳରେ ପ୍ରଶାସନ ତାର ବାଡ଼ ଦେଇ ନ ଥିଲା। ଉଚ୍ଛେଦ ଜମି ପଠାଣୀ ସାମନ୍ତ ଜିଲା ସଂସ୍କୃତି ଭବନ ପରିସରରେ ରଖାଯିବାକୁ ପ୍ରଶାସନିକ ନିଷ୍ପତ୍ତି ହୋଇଥିଲା। ପରେ ଜିଲା ସଂସ୍କୃତି ଭବନର ପ୍ରାଚୀରକୁ ଭଙ୍ଗା ଯାଇ କାମ ଆରମ୍ଭ ହୋଇଥିଲା। କାମ ଆରମ୍ଭ ବେଳେ କୋର୍ଟର ସ୍ଥିତାବସ୍ଥା ଜାରି ହୋଇଥିଲା। କୋର୍ଟର ସ୍ଥିତାବସ୍ଥା ସତ୍ତ୍ୱେ ଉଚ୍ଛେଦ ଜମିରେ ସିମେଣ୍ଟ ପିଲର ପୋତି ତାର ବାଡ ଦିଆଯାଇଥିଲା। କୋର୍ଟ କେସ୍‌ ଯୋଗୁ ଜିଲା ସଂସ୍କୃତି ଭବନର ପ୍ରାଚୀର କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଗଲା। କାଳେ ଜେଲ ଜମି ଜବରଦଖଲ ହୋଇଯିବ ସେଇ ଭୟରେ ମ୍ୟୁନିସିପାଲିଟି ପକ୍ଷରୁ ତାର ବାଡ଼ ଦେବା ବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଲାଗି ରହିଛି। ଏ ନେଇ କଂଗ୍ରେସର ରଣଜିତ ଦାଶ କହିଛନ୍ତି, ଜେଲ ଜମିରେ ନୟାଗଡ଼ ମ୍ୟୁନିସିପାଲିଟି କ’ଣ କରୁଛି ଆମେ ଅନୁଧ୍ୟାନ ରଖିଛୁ। ଜିଲାର ବିକାଶ ପାଇଁ ବିରୋଧ କରାଯାଉନି। ହେଲେ ମୁଲ୍ୟବାନ ସରକାରୀ ଜମିରେ ପାର୍କିଂକୁ ଛାଡ଼ ଆଉ ଯାହା କରାଗଲେ ବିରୋଧ କରାଯିବ। ମ୍ୟୁନିସିପାଲିଟି ତାର ବାଡ଼ ଦେବା ପରେ କେଉଁ କାର୍ଯ୍ୟରେ ଜେଲ ଜମି ବ୍ୟବହାର କରୁଛି ସେନେଇ ଜଣାପଡ଼ିବ। ଏହାପରେ କଂଗ୍ରେସ ବିକଳ୍ପ ପଦକ୍ଷେପ ନେବ ବୋଲି ସେ କହିଛନ୍ତି। ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବାତି ମିଶ୍ର କହିଛନ୍ତି, ସମୁଦାୟ ଜେଲ ଜମିରେ ତାର ବାଡ଼ କରାଯିବ। ପ୍ରଥମେ କିଛି ଅଂଶ କରାଯାଇଛି। ଜେଲ ଜମିରୁ ପରିବା ମାର୍କେଟ ହଟିବ। ପୁଣି ଜୁବୁଲି ମାର୍କେଟ ବ୍ୟବସାୟୀଙ୍କ ପାଇଁ ରାସ୍ତା ଛଡ଼ା ଯିବନି। ତେବେ ଜେଲ ଜମି ଭିତରକୁ ଯିବା ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ଏକ ଫାଟକ ରଖାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡି ଆଇଆଇସିଙ୍କ ଡିଏସପି ପାହ୍ୟାକୁ ପଦନ୍ନୋତି , ଜିଲାରେ ୬ ଜଣ ଅଧିକାରୀଙ୍କ ପଦନ୍ନୋତି

ଦାରିଙ୍ଗବାଡି, ୨୪ ।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇଆଇସିମାନଙ୍କୁ ଓପିଏସ ଗ୍ରୁପ-ଏ (ଜୁନିଅର ଶାଖା)ର ଗ୍ରେଡକୁ ପଦୋନ୍ନତି କରାଯାଇଛି। ଏହି...

କଶ୍ମୀର ଟୁର୍‌ ବାତିଲ କରୁଛନ୍ତି ୯୦% ପର୍ଯ୍ୟଟକ

ନୂଆଦିଲ୍ଲୀ, ୨୪।୪: ଜମ୍ମୁ-କଶ୍ମୀରର ପହଲ୍‌ଗାମ ଆତଙ୍କବାଦୀ ଆକ୍ରମଣର ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଉପରେ ପଡ଼ିଛି। ଲୋକମାନେ ବଡ଼ସଂଖ୍ୟାରେ ଜମ୍ମୁ-କଶ୍ମୀର ଭ୍ରମଣ ପାଇଁ କରିଥିବା ଅଗ୍ରିମ ବୁକିଂକୁ...

ଜାତୀୟ ପଞ୍ଚାୟତିରାଜ ଦିବସ ଏବଂ ଓଡ଼ିଶା

ପଞ୍ଚାୟତ ବ୍ୟବସ୍ଥା ଆଜିର ନୁହେଁ, କେଉଁ ଆବହମାନ କାଳରୁ ଆମ ସମାଜରେ ଏହା ପ୍ରଚଳିତ ହୋଇଆସୁଛି। ସେଥିପାଇଁ ଆମ ଗଁା ଗହଳିରେ କଥା କଥାରେ କହନ୍ତି,...

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ: ‘ଆଇଏସଆଇଏସ କଶ୍ମୀର’ରୁ ଆସିଲା ଇମେଲ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ଭାଜପା ଏମପି ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ମୃତ୍ୟୁ ଧମକ ମିଳିଛି। ଏପ୍ରିଲ...

ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରଶାନ୍ତଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଘୋଷଣା

ଭୁବନେଶ୍ୱର,୨୪।୪: ପହଲଗାମ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାରେ ଓଡ଼ିଶାର ୨ଜଣ ପୁଅ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ...

କଶ୍ମୀରୀ ଖବରକାଗଜ ପୃଷ୍ଠାରେ ପହଲଗାମ୍‌ ଆକ୍ରମଣର ପ୍ରତିବାଦ

ପହଲଗାମ୍‌,୨୪।୪: ପହଲଗାମ୍‌ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ବୁଧବାର ଜମ୍ମୁ-କଶ୍ମୀରରୁ ପ୍ରକାଶ ପାଇଥିବା ଖବରକାଗଜଗୁଡ଼ିକରେ ପ୍ରତିବାଦର ସ୍ବର ପ୍ରତିଧ୍ୱନିତ ହୋଇଛି। ଇଂଲିଶ ଓ...

Pahalgam Terror Attack: ନିସ୍ତବ୍ଧ ଇଶାଣୀ ଗାଁ

ବାଲେଶ୍ୱର, ୨୪।୪(ବାଞ୍ଛାନିଧି ଦେ):ବାଲେଶ୍ୱର ସଦର ବ୍ଲକ ସାରଗାଁ ପଞ୍ଚାୟତ ଅଧୀନ ଇଶାଣୀ ଗାଁ ଏବେ ନିସ୍ତବ୍ଧ। ସମସ୍ତେ ହତବାକ୍‌ ଓ ମ୍ରିୟମାଣ। ପ୍ରଶାନ୍ତଙ୍କ ମୃତ୍ୟୁକୁ କେହି...

Pahalgam Terror Attack: ପାକ୍‌କୁ ବଡ଼ ଧମକ ଦେଲା ଭାରତ, ରାଷ୍ଟ୍ରଦୂତଙ୍କୁ ପଠାଇଲା ସମନ

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ। ଏହାରି ଭିତରେ ସବୁଠୁ ବଡ଼ ଖବର ହେଉଛି, ଭାରତ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image