ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ବୈଠକ ଶୁକ୍ରବାର ସାରେ ବସିବ। ସା ୬ଟାରେ ଭର୍ଚୁଆଲ ମୋଡରେ ଏହି ବୈଠକ ହେବା ନେଇ ସୂଚନା ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ।
ଏହି ବୈଠକରେ ପଞ୍ଚାୟତିରାଜ, ଉଚ୍ଚଶିକ୍ଷା ଓ ପରିବହନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ନେଇ ଜଣାପଡ଼ିଛି। ବୈଠକରେ ପଞ୍ଚାୟତିରାଜ ବିଭାଗର ଆଇନ ସଂଶୋଧନ ଫୋକସରେ ରହିପାରେ। ବିଧାନସଭା ଅଧିବେଶନ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେଉଥିବାରୁ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି।