![](https://www.dharitri.com/wp-content/uploads/2020/11/03c145af-4d4e-4489-bea5-5b87f8e40589-5.jpg)
ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୨୫ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ କରୋନା ପଜିଟିଭ୍ଙ୍କ ସଂଖ୍ୟା କମୁଥିବା ବେଳେ କରୋନା ମୃତ୍ୟୁ ହାର କମିବାର ନାଁ ନେଉନି। ଯାହାକି ଚିନ୍ତାର ବିଷୟ ହୋଇଛି।