ବଜ୍ରପାତକୁ ପ୍ରାକୃତିକ ବିପତ୍ତି ଘୋଷଣା କରିବାକୁ କେନ୍ଦ୍ର ନିକଟରେ ଦାବି ଜଣାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,୬ା୯(ଅନିଲ ଦାସ): ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବଜ୍ରପାତକୁ ପ୍ରାକୃତିକ ବିପତ୍ତି ଘୋଷଣା କରିବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଛନ୍ତି। ଏ ନେଇ ରାଜ୍ୟ ସରକାର ଏକ ପ୍ରସ୍ତାବ ଦେଇଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଲୋକଙ୍କ ଜୀବନ ଯାଉଛି। ଏଥିପାଇଁ ମୃତକଙ୍କ ଆତ୍ମୀୟଙ୍କୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେଉଛନ୍ତି। ଯଦି ବଜ୍ରପାତକୁ କେନ୍ଦ୍ର ସରକାର ପ୍ରାକୃତିକ ବିପତ୍ତି ପରିସରଭୁକ୍ତ କରିବେ ତେବେ ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଲୋକମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ କ୍ଷତିପୂରଣ ଅନୁଯାୟୀ ଅନୁକମ୍ପାମୂଳକ ସହାୟତା ରାଶି ମିଳିପାରିବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ପ୍ରସ୍ତାବ ଦିଆଯାଇଛି।

Share