ଯୁକ୍ତ ୨ ସିଟ୍‌ ବଢ଼ାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଆବେଦନ କରିପାରିବେ ଜୁନିଅର କଲେଜ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଚଳିତ ବର୍ଷ କରୋନାକୁ ନେଇ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥିରେ ୫ ଲକ୍ଷ ୬୨ ହଜାର ୧୦ଜଣ ଛାତ୍ରୀଛାତ୍ର ମାଟ୍ରିକ ପାସ୍‌ କରିଛନ୍ତି। ହେଲେ ରାଜ୍ୟରେ ୪ ଲକ୍ଷ ୪୩ ହଜାର ୩୫୪ ଟି ଯୁକ୍ତ୨ ସିଟ୍‌ ରହିଛି। ଏପରିସ୍ଥଳେ ଯୁକ୍ତ ୨ ସିଟ୍‌ଠାରୁ ଅଧିକ ସଂଖ୍ୟାରେ ପିଲା ମାଟ୍ରିକ ପରୀକ୍ଷା ପାସ କରିବାକୁ ନେଇ ଅଭିଭାବକ ମହଲରେ ଚିନ୍ତା ପ୍ରକାଶ ପାଇଥିଲା। ଏହାକୁ ନେଇ ରାଜ୍ୟ ସରକାର ମଙ୍ଗଳବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନିଅର କଲେଜରେ ଯୁକ୍ତ ୨ ସିଟ୍‌ ବଢ଼ାଇବା ପାଇଁ ରାଜ୍ୟ ସରକାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି। ତେବେ ଯେଉଁ ଜୁନିଅର କଲେଜମାନେ ଚାହିଁବେ ନିଜର ସିଟ୍‌ ବଢ଼ାଇବା ଲାଗି ଆବେଦନ କରିପାରିବେ। ଏଥିପାଇଁ ୭ ଦିନ ମଧ୍ୟରେ ଅନ୍‌ଲାଇନ୍‌ ଜରିଆରେ ଆବେଦନ ଲାଗି ନିର୍ଦ୍ଦେଶ ଦିଆଯାଇଛି।

Share