Categories: ରାଜ୍ୟ

ବନ୍ୟା କ୍ଷୟକ୍ଷତି: ୧୧୦୦ କୋଟି ସହାୟତା ଲୋଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୭ା୯(ବ୍ୟୁରୋ)-ଅଗଷ୍ଟରେ ହୋଇଥିବା ବନ୍ୟା କ୍ଷୟକ୍ଷତିି ଭରଣା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ୧୧୦୦ କୋଟି ଟଙ୍କାର ସହାୟତା ଲୋଡିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍‌କୁ ଏ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିସହିତ ରାଜ୍ୟ ସରକାର ଗତ ବନ୍ୟାରେ ବିଭିନ୍ନ ଜିଲାର ୨.୨୫ ଲକ୍ଷ ହେକ୍ଟର ଚାଷଜମିରେ ୩୩ ପ୍ରତିଶତରୁ ଊର୍ଦ୍ଧ୍ୱ ଶସ୍ୟହାନି ହୋଇଥିବା ବେଳେ ପ୍ରାୟ ୧ ଲକ୍ଷ ୨୦ ହଜାର ଘର କ୍ଷତିଗ୍ରସ୍ତ ହୋଇଥିବା କେନ୍ଦ୍ରୀୟ ଟିମ୍‌କୁ ଅବଗତ କରାଇଛନ୍ତି। ନଦୀବନ୍ଧ, ରାସ୍ତା, ସର୍ବସାଧାରଣ ଭିତ୍ତିଭୂମି ନଷ୍ଟ ହୋଇଥିବା ବିଷୟରେ ଅବଗତ କରାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ଏକ ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Share