ଗାଁ ଗାଁରେ ପୁଷ୍ଟିସାର ଖାଦ୍ୟ ଖାଇବା ଲାଗି ସଚେତନତା, ତାଲିମ ପାଉଛନ୍ତି ଅଙ୍ଗନଓ୍ବାଡି-ଓ୍ବାର୍ଡ ସଭ୍ୟାସଭ୍ୟ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ): ରାଜ୍ୟରେ ଅପପୁଷ୍ଟି ରୋକିବା ସହ ସାଧାରଣ ଲୋକ କିଭଳି ସୁସ୍ଥ ଜୀବନଯାପନ କରିପାରିବେ ସେନେଇ ରାଜ୍ୟସରକାର ପ୍ରୟାସ ଜୋରଦାର କରିଛନ୍ତି। ସମସ୍ତେ ସୁସ୍ଥ ରହିଲେ ଲୋକଙ୍କ ଆର୍ଥିକ ପରିସ୍ଥିତିରେ ମଧ୍ୟ ସୁଧାର ଆସିବ। ଏଥିପାଇଁ ସମସ୍ତେ ଗାଁ ଗାଁ ରେ କିଭଳି କ୍ଷୁଦ୍ରଦାନା ଶସ୍ୟ ଯଥା ମାଣ୍ଡିଆ, କାଙ୍ଗୁ, କୁଏରୀ ଆଦି ଶସ୍ୟରେ ଖାଦ୍ୟ ପ୍ରସ୍ତୁତିକରି ଖାଇଲେ ଲୋକ ରକ୍ତଚାପ, ମଧୂମେହ ଭଳି ରୋଗରୁ ମୁକ୍ତ ହୋଇପାରିବେ ଏଥିପାଇଁ ୨ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟରତ ଅଙ୍ଗନାୱାଡି କର୍ମୀ ଏବଂ ୱାର୍ଡ ସଭ୍ୟାସଭ୍ୟମାନଙ୍କୁ ତାଲିମ ପ୍ରଦାନ କରାଯାଉଛ। ତାଲିମଦାତା ଭାବେ ପାହାଡି ପ୍ରଡ୍ୟୁସର ଗ୍ରୁପର ଅଧ୍ୟକ୍ଷ ଶରତ ଚନ୍ଦ୍ର ପ୍ରଧାନ, ଆଞ୍ଚଳିକ ରିସର୍ସ ପର୍ସନ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ପ୍ରମୁଖ ଏହି ତାଲିମ ପ୍ରଦାନ କରିଥିଲେ। ସେହିପରି ଏହାକୁ ଲୋକାଭିମୁଖୀ କରିବା ପାଇଁ ଶ୍ରୀଅର୍ଣ୍ଣ ଅଭିଯାନ ପକ୍ଷରୁ କ୍ଷୁଦ୍ରଦାନା ଶସ୍ୟରୁ ପ୍ରସ୍ତୁତ କରାଯାଇଥିବା କାଙ୍ଗୁ ଖିରି, ମାଣ୍ଡିଆ ସୁପ, ଲଡ଼ୁ, ପିଆଜି, କାକେରା, ଗୁଲୁଗୁଲା, ପକୋଡ଼ା ଆଦି କରାଯାଇ ଲୋକଙ୍କୁ ଖାଇବାକୁ ଦିଆଯିବା ସହ ନିୟମିତ ଖାଇବାକୁ ପରାମର୍ଶ ଦିଆଯାଇଥିଲା । ଏହି କ୍ଷୁଦ୍ରଦାନାରେ ଖାଦ୍ୟ ପ୍ରସ୍ତୁତୀ ମେଳାକୁ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ଓ ଅନ୍ୟ ଉପସ୍ଥିତ ଅତିଥିମାନେ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ସଦାନନ୍ଦ ସିଂ ଙ୍କ ସମେତ ଶ୍ରୀଅର୍ଣ୍ଣ ଅଭିଯାନର ପ୍ରକଳ୍ପ ସଂଯୋଜକ ଦେବାନନ୍ଦ ଦାସ,ସହ ସଂଯୋଜକ ବିମଳ ନାୟକ, ଆଞ୍ଚଳିକ ସଂଯୋଜକ ପ୍ରଫୁଲ ମହାପାତ୍ର,ଜିଳେଶ୍ୱର ପ୍ରଧାନ,ଅଶୋକ ବେହେରା,ପ୍ରେମାନନ୍ଦ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ଅବସରରେ ଗତ ୨ ଦିନ...

ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିକାଶ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜି ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।...

ଆନନ୍ଦଉଲ୍ଲାସ ମଧ୍ୟରେ ଭାଇଚାରାର ପର୍ବ ଇଦ-ଉଲ-ଫିତର ପାଳିତ: ଇଦଗାହ ପଡିଆରେ ଭିଡ଼

ବରଗଡ଼, ୩୧।୩(ପ୍ରେମାନନ୍ଦ ଖମାରୀ) – ବରଗଡ ସହରରେ ଇଦ ଉଲ ଫିତର୍‌ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ଲୋକେ ମାସେବ୍ୟାପୀ କଠୋର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image