ମହିଳା ମାଟ୍ରନମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୮।୨(ଅସମାପିକା ସାହୁ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଛାତ୍ରୀ ନିବାସଗୁଡ଼ିକରେ କର୍ଯ୍ୟରତ ମହିଳା ମାଟ୍ରନମାନଙ୍କର ମାସିକ ପାରିଶ୍ରମିକ ୧୦୦୦୦ ଟଙ୍କାରୁ ୧୫୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।
ଏତଦ୍‌ବ୍ୟତୀତ, ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନ ଦୁର୍ଭାଗ୍ୟବଶତଃ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ଉତ୍ତରାଧିକାରୀଙ୍କୁ ଏକକାଳୀନ ଦୁଇ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ।
ସେହିପରି ୬୦ ବର୍ଷରେ କାର୍ଯ୍ୟନିବୃତ୍ତ ସମୟରେ ସେମାନଙ୍କୁ ଏକକାଳୀନ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା
କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ରାଜକୋଷରୁ ବାର୍ଷିକ ୧୫ କୋଟିରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବେ।

Share