ଟୋଲ୍‌ ଟ୍ୟାକ୍ସ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୯।୫(ବ୍ୟୁରୋ): କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଟୋଲ୍‌ ଟ୍ୟାକ୍ସ ଛାଡ଼ କରିଛନ୍ତି। ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଏଣିକି ମେଡିକାଲ ଅକ୍ସିଜେନ ଟ୍ୟାଙ୍କର, ସିଲିଣ୍ଡର ପରିବହନ ଗାଡ଼ିଗୁଡ଼ିକୁ ରାଜ୍ୟରେ ଥିବା କୌଣସି ଟୋଲ୍‌ ଗେଟ୍‌ରେ ଟ୍ୟାକ୍ସ ଦେବାକୁ ପଡ଼ିବନାହିଁ। ଏନେଇ ଲେବର ଡିପାର୍ଟମେଣ୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ଫି’ଛାଡ କରାଯିବ। ଏନେଇ ଲେବର ଡିପାର୍ଟମେଣ୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Share