କରୋନାରେ ଅନାଥ ହୋଇଥିବା ଶିଶୁଙ୍କ ପାଠପଢ଼ା ଖର୍ଚ୍ଚ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର,୧୪ା୬(ବ୍ୟୁରୋ): କରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷାଖର୍ଚ୍ଚ ଦେବେ ରାଜ୍ୟ ସରକାର। ଅନାଥ ଶିଶୁ ରାଜ୍ୟ ସରକାରଙ୍କ ଗ୍ରୀନ ପ୍ୟାସେଜ୍‌ ଯୋଜନାରେ ସାମିଲ ହେବେ। ସେମାନଙ୍କ ମେଡିକାଲ ବା ଇଞ୍ଜିନିୟରିଂ ଶିକ୍ଷା ଖର୍ଚ୍ଚ ବି ସରକାର ବହନ କରିବେ। ଏମିତିକି ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ ଶିକ୍ଷାନୁଷ୍ଠାନ ଖର୍ଚ୍ଚ ବହନ କରିବେ ସରକାର।

ବର୍ତ୍ତମାନ ସୁଦ୍ଧା କୋଭିଡ୍‌ ଯୋଗୁ ମାତାପିତାଙ୍କୁ ହରାଇଥିବା ୧୨ ଜଣ ପିଲା ଭତ୍ତା ପାଇବା ପାଇଁ ଚିହ୍ନଟ ହୋଇଛନ୍ତି। ମଧୁବାବୁ ଯୋଜନାରେ ଭତ୍ତା ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏ ପିଲା ଭତ୍ତା ପାଇବାକୁ ଥିବା ବେଳେ ଭଦ୍ରକ, ରାୟଗଡ଼ା ଓ ଦେବଗଡ଼ରୁ ୨ ଜଣ ଲେଖାଏ ଭତ୍ତା ପାଇବେ ବୋଲି ଜଣାପଡ଼ିଛି।

ଅନାଥ ଶିଶୁଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସରକାର ସହଯୋଗ କରିବେ। କରୋନାରେ ମା-ବାପାଙ୍କୁ ହରାଇ ଥିବା ଅନାଥ ଶିଶୁଙ୍କୁ ମଧୁବାବୁ ପେନ୍‌ସନ ଯୋଜନାରେ ସାମିଲ କରାଯିବ।

Share