ଅପରାହ୍ନ ସାଢ଼େ ୨ଟାରେ ରାଜ୍ୟ ସରକାରଙ୍କ ଜରୁରୀ ପ୍ରେସ୍‌ମିଟ୍‌

ଭୁବନେଶ୍ୱର,୪।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ଜନିତ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥଳେ ପରିସ୍ଥିତିକୁ କିଭଳି ସାମ୍ନା କରିହେବ ତାହା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ତେବେ ଶନିବାର ଅପରାହ୍ନ ସାଢ଼େ ୨ଟାରେ ଜରୁରୀ ପ୍ରେସ୍‌ମିଟ୍‌ ହେବ। ଏହି ଖବରଦାତା ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ କମିଶନର ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି। ଏଥିରେ ନିଦ୍ଧିଷ୍ଟ ଭାବେ କେଉଁ ବିଷୟରେ ସୂଚନା ଦିଆଯିବ ତାହା ସ୍ପଷ୍ଟ ଜଣାପଡ଼ିନାହିଁ।

Share