ରାଜ୍ୟରେ ୯ ଲକ୍ଷ ପାର ହେଲା କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର, ୨୭।୬(ବ୍ୟୁରୋ): ରାଜ୍ୟରେ ରବିବାର ୩,୪୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪୩ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୬୫ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୪୭୦ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୮୨ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୯୩, ବାଲେଶ୍ୱରରୁ ୨୫୧, ବରଗଡ଼ରୁ ୨୪ ଭଦ୍ରକରୁ ୧୬୯, ବଲାଙ୍ଗୀରରୁ ୨୨, ବୌଦ୍ଧରୁ ୨୮, କଟକରୁ ୫୫୩, ଦେବଗଡ଼ରୁ ୪, ଢେଙ୍କାନାଳରୁ ୭୩, ଗଜପତିରୁ ୧୪, ଗଞ୍ଜାମରୁ ୧୭, ଜଗତ୍‌ସିଂହପୁରରୁ ୧୦୩, ଯାଜପୁରରୁ ୨୫୮, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୧୧୦, କେନ୍ଦୁଝରରୁ ୭୦ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୭୬, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୧୫୮, ନବରଙ୍ଗପୁରରୁ ୪୩ , ନୟାଗଡ଼ରୁ ୧୬୦, ନୂଆପଡ଼ାରୁ ୬, ପୁରୀରୁ ୨୧୫, ରାୟଗଡ଼ାରୁ ୭୭, ସମ୍ବଲପୁରରୁ ୨୮ ସୁବର୍ଣ୍ଣପୁରରୁ ୧୬ ଓ ସୁନ୍ଦରଗଡ଼ରୁ ୩୭ ଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୯୫ ଅଛନ୍ତି।

Share