ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରବିବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ତଳେ ରହିଛି। ତେବେ ଆଜି ୨୯ ଜିଲାରୁ ୬୩୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୯୬୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୭୩ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜ ୬୫ ଏବଂ ଜଗତସିଂହପୁରରୁ ୫୦ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳରୁ ୪୦, ବାଲେଶ୍ୱର ୨୧, ଭଦ୍ରକ ୭, ବଲାଙ୍ଗୀର ୨୩, ବୌଦ୍ଧ ୪, କଟକ ୩୯, ଦେବଗଡ଼ ୫, ଢେଙ୍କାନାଳ ୧୧, ଗଞ୍ଜାମ ୮, ଯାଜପୁର ୨୯, ଝାରସୁଗୁଡ଼ା ୨୩, କଳାହାଣ୍ଡି ୨୧, କନ୍ଧମାଳ ୩, କେନ୍ଦ୍ରାପଡ଼ା ୩୩, କେନ୍ଦୁଝର ୩୧, କୋରାପୁଟ ୯, ମାଲକାନଗିରି ୪, ନବରଙ୍ଗପୁର ୧୩, ନୟାଗଡ଼ ୫, ନୂଆପଡ଼ା ୪, ପୁରୀ ୯, ରାୟଗଡ଼ା ୧, ସମ୍ବଲପୁର ୨୩, ସୋନପୁର ୧ ଏବଂ ସୁନ୍ଦରଗଡ଼ରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୋଲ୍ ସଂଖ୍ୟା ରହିଛି ୧୩।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୯୬୧ରେ ପହଞ୍ଚିଥିବା ବେଳେ ୩,୦,୪୯୦୮ଜଣ ସୁସ୍ଥ ହୋଇଛନ୍ତି। ୭୩୬୦ ଜଣ ଚିକିତ୍ସିତ ହେଉଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ