ଭୁବନେଶ୍ୱର, ୧୫।୯ (ବ୍ୟୁରୋ): ଓଡ଼ିଶାରେ ମଙ୍ଗଳବାର ୩,୭୧୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୪୪ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ବରଗଡ଼ରୁ ୩୯୭, କଟକରୁ ୩୭୫, ଯାଜପୁରରୁ ୨୪୨, ପୁରୀରୁ ୨୦୧, ମୟୂରଭଞ୍ଜରୁ ୧୫୨, ଝାରସୁଗୁଡ଼ାରୁ ୧୧୭, ବାଲେଶ୍ୱରରୁ ୧୧୫, କୋରାପୁଟରୁ ୧୧୫, କନ୍ଧମାଳରୁ ୧୦୦ ଜଣ ଆକ୍ରାନ୍ତ ଭଲ ହୋଇଛନ୍ତି। ଏଥିସହ ଜଗତ୍ସିଂହପୁରରୁ ୯୩, ଗଞ୍ଜାମରୁ ୯୨, କେନ୍ଦ୍ରାପଡ଼ାରୁ ୮୮, ସୋନପୁରରୁ ୮୪, ସୁନ୍ଦରଗଡ଼ରୁ ୮୪, ବଲାଙ୍ଗୀରରୁ ୭୫, ଅନୁଗୋଳରୁ ୭୨, ସମ୍ବଲପୁରରୁ ୭୧, ନୟାଗଡ଼ରୁ ୭୦, କେନ୍ଦୁଝରରୁ ୬୦, ନବରଙ୍ଗପୁରରୁ ୫୯, ନୂଆପଡ଼ାରୁ ୫୩, କଳାହାଣ୍ଡିରୁ ୪୮, ଦେବଗଡ଼ରୁ ୪୩, ଗଜପତିରୁ ୩୮, ଗଞ୍ଜାମରୁ ୩୮, ଭଦ୍ରକରୁ ୩୪, ଢେଙ୍କାନାଳରୁ ୩୪, ମାଲକାନଗିରିରୁ ୨୨, ବୌଦ୍ଧରୁ ୧୯ ଓ ରାୟଗଡ଼ାରୁ ୧୭ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏକ ଲକ୍ଷ ୨୫ ହଜାର ୭୩୮ ଜଣ ସୁସ୍ଥ ହୋଇସାରିଛନ୍ତି।