ରାଜ୍ୟରେ ସୁସ୍ଥ ହେଲେ ଆଉ ୬୪୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ଆରୋଗ୍ୟ ହେଲେ ୬୪୮ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୦୭୩୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରାଯାଇଛି। ମଙ୍ଗଳବାର ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬ ଜଣ ଅଛନ୍ତି। ସେହିପରି ଅନୁଗୋଳରୁ ୫୧, କଳାହାଣ୍ଡିରୁ ୪୮, କଟକରୁ ୪୦, ସୁନ୍ଦରଗଡରୁ ୩୫, ବଲାଙ୍ଗୀରିରୁ ୩୪, ପୁରୀରୁ ୩୪, ଜଗତସିଂହପୁରରୁ ୩୨, ବରଗଡରୁ ୩୧, ବାଲେଶ୍ୱରୁ ୨୯, କେନ୍ଦୁଝରରୁ ୨୫, କେନ୍ଦ୍ରାପଡରୁ ୨୪, ମୟୁରଭଞ୍ଜରୁ ୨୪, ଢେଙ୍କାନାଳରୁ୨୩, ନୁଆପଡାରୁ ୨୦, ସମ୍ବଲପୁରରୁ ୨୦,ରାୟାଗଡାରୁ ୧୮, ନବରଙ୍ଗପୁରର ୧୩, ବୌଦ୍ଧରୁ ୧୨, ମାଲକାନଗିରିରୁ ୧୦, ଝାରସୁଗୁଡାରୁ ୯, ଗଞ୍ଜାମରୁ ୮, ଭଦ୍ରକରୁ ୬, ଯାଜପୁରରୁ ୪, କନ୍ଧମାଳରୁ ୪, ଦେଓଗଡରୁ ୩, ଗଜପତିରୁ ୩, ସୋନପୁରରୁ ୩, କୋରାପୁଟରୁ ୧, ନୟାଗଡରୁ ୧ ସୁସ୍ଥ ହୋଇଛନ୍ତି।

Share