Advertisement

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ସମସ୍ୟା ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଭୀଷିକାରେ ୟୁକ୍ରେନର ବିଭିନ୍ନ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କର ଭବିଷ୍ୟତ ଆଜି ଅନିଶ୍ଚିତତା ମଧ୍ୟରେ ଗତି କରୁଛି ା ୟୁକ୍ରେନ ଫେରନ୍ତା ଓଡ଼ିଶାର ଛାତ୍ରୀଛାତ୍ର ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ସହାୟତାର ହାତ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି।

ଓଡ଼ିଶାର ବିଭିନ୍ନ ସ୍ଥାନରୁ ୟୁକ୍ରେନ୍‌ରେ ୪୭୦ ଜଣ ମେଡିକାଲ ଛାତ୍ରୀଛାତ୍ରୀ ପାଠ ପଢୁଛନ୍ତି। ଏମାନଙ୍କର ଏକ ପ୍ରତିନଧି ଦଳ ଇତିମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କୁ ଭେଟି ତାଙ୍କର ଅସୁବିଧା ଜଣାଇବା ସହ କିଭଳି ନିଜର ପାଠ୍ୟକ୍ରମ ଜାରି ରଖି ପାରିବେ ସେ ସମ୍ପର୍କରେ ସହାୟତା ଲୋଡ଼ିଛନ୍ତି। ପରେ ମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖି ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି, ୟୁକ୍ରେନ ଯୁଦ୍ଧର ଭୟାବହତା ସମୟରେ ଭାରତ ସରକାରଙ୍କ ପକ୍ଷରୁ ସେଠାରେ ମେଡିକାଲ ପଢ଼ୁଥିବା ଡାକ୍ତରୀ ଛାତ୍ରମାନଙ୍କୁ ନିରାପଦ ଭାବରେ ଉଦ୍ଧାର କରି ଦେଶକୁ ଆଣିବା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ପଦକ୍ଷେପ। ଯୁଦ୍ଧକାଳୀନ ପରିସ୍ଥିତିରେ ଏହି ନିକଟ ଭବିଷ୍ୟତରେ ପୁନରୁଦ୍ଧାର ସମ୍ଭବ ନୁହେଁ। ଏହା ମଧ୍ୟରେ ଛାତ୍ରୀଛାତ୍ର କରିଥିବା ଆବେଦନ ବିଚାର ନିମନ୍ତେ ଅନୁରୋଧ ଜଣାଇଛନ୍ତି। ନବ ଦାସ କହିଛନ୍ତି, ସ୍ଥିତିକୁ ହୃଦୟଙ୍ଗମ କରି ମାନବିକତାର ସହ ସେମାନଙ୍କର ସମସ୍ୟାକୁ ଅଗ୍ରାଧିକାର ଦେବା ସହ ସମାଧାନର ବାଟ ସ୍ଥିର କରନ୍ତୁ। ଫଳରେ ଛାତ୍ରୀଛାତ୍ର ଉପକୃତ ହୋଇ ପାରିବେ ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share