ଭୁବନେଶ୍ୱର,୧।୧୧(ବ୍ୟୁରୋ): ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଗ୍ରନ୍ଥାଗାରର ଆଉ ଦୁଇଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏପରି ନିଷ୍ପତ୍ତି ନିଆଯାଇଛି। ଗତ ବୁଧବାର ଏଠାରୁ ଜଣେ କର୍ମଚାରୀ ପଜିଟିଭ୍ ବାହାରିବା ପରେ ପାଠକ ଓ ଅନ୍ୟ କର୍ମଚାରୀଙ୍କ ନିରାପତ୍ତା ଦୃଷ୍ଟିରୁ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରନ୍ଥାଗାରକୁ ବନ୍ଦ ରଖାଯାଇଥିଲା। ତେବେ ଆଉ ଦୁଇଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଏହାକୁ ଆଉ ୬ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ଦିନ ମଧ୍ୟରେ କୌଣସି ପାଠକ ପାଠାଗାରକୁ ନ ଆସିବାକୁ ଗ୍ରନ୍ଥାଗାର ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି।