ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ନାଇଟ୍ କର୍ଫ୍ୟୁକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ମତ ରଖିଛନ୍ତି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଏବେ ଓଡ଼ିଶାର ସ୍ଥିତି ଭଲ ଅଛି । ତେଣୁ ନାଇଟ୍ କର୍ଫ୍ୟୁ କି ଲକଡାଉନର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।
ପଞ୍ଜୀକରଣକେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପଜିଟିଭ ହାର ୧୦ ପ୍ରତିଶତ ଉପରେ ରହିଲେ, ହସ୍ପିଟାଲାଇଜେଶନ ଆବଶ୍ୟକ ପଡିପାରେ । ସେହିପରି ରାଜ୍ୟରେ ସଂକ୍ରମଣ ବଢିଲେ ଲକଡ଼ାଉନ ଭଳି ନିୟମର ଆବଶ୍ୟକ ପଡିପାରେ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।