‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଜଣେ କଂସ କଳାକାର(ବରଗଡ଼ ଧନୁଯାତ୍ରାର ନୁହେଁ) ସୁଶିଲ ମେହେରଙ୍କ ସଂଳାପ ଚର୍ଚ୍ଚାର ବିଷୟ ପାଲଟିଛି। ଚଳିତ ନିର୍ବାଚନରେ ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥିନୀଭାନେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସ୍ନେହାଙ୍ଗିନୀ ଛୁରିଆ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ସେ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ସକାଳୁ ଛୁରିଆଙ୍କ ବାସଭବନରେ ତାଙ୍କ ସମର୍ଥକଙ୍କ ଗହଳି ହୋଇଥିଲା । ସେମାନଙ୍କ ମଧ୍ୟରେ କଂସ କଳାକାର ମେହେର ମଧ୍ୟ ଉପସ୍ଥିତ ଥିଲେ । ତେବେ ଛୁରିଆଙ୍କ ସମର୍ଥକଙ୍କ ଗହଳି ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ କଂସ କଳାକାର ମେହେର ସଂଳାପରେ କହିଥିଲେ, ମୁଁ ହିଁ ସୃଷ୍ଟି, ମୁଁ ହିଁ ସଂହାର….। ଧନୁ ସଂକ୍ରାନ୍ତୀ ପରେ ଏ ମହୀ ମଣ୍ଡଳରେ ପଦ୍ମଫୁଲ ପ୍ରସ୍ଫୁଟିତ ହୁଏ ନାହିଁ, ଏ ମହାରାଜ କଂସର ଆଦେଶ, ହାଃ ହାଃ ହାଃ । କଳାକାର ମେହେରଙ୍କ ଏହି ସଂଳାପକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ପଦ୍ମଫୁଲ ଭାଜପାର ଦଳୀୟ ଚିହ୍ନ ହୋଇଥିବାବେଳେ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥିନୀ ଛୁରିଆଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦୀଭାବେ ଭାଜପା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ରହିଛନ୍ତି । ଗୋଟିଏ ପଟେ ବିଜେଡ଼ି ସମର୍ଥକଙ୍କୁ ଉତ୍ସାହିତ କରିବା ପାଇଁ ଏବଂ ଅନ୍ୟପଟେ ଭାଜପାକୁ ଟାର୍ଗେଟ କରି ବିଜେଡ଼ି ପ୍ରାର୍ଥିନୀ ଛୁରିଆଙ୍କ ବାସଭବନରେ ତାଙ୍କ ଉପସ୍ଥିତିରେ କଳାକାର ମେହେର ସେଭଳି ସଂଳାପ ଦେଇଥିବା ସାଧାରଣରେ ଆଲୋଚିତ ହେଉଛି । ଅନ୍ୟପଟେ କ୍ୟାଲେଣ୍ଡରରେ ଚଳିତବର୍ଷ ଡିସେମ୍ବର ୧୬ ତାରିଖ ଧନୁ ସଂକ୍ରାନ୍ତି ଥିବାବେଳେ ଏହା ପୂର୍ବରୁ କଳାକାରଙ୍କ ମେହେରଙ୍କ ସେଭଳି ସଂଳାପ ଏବେ ସାଧାରଣରେ ଆଲୋଚିତ ହେଉଛି । ତେବେ କେଉଁ ପରିସ୍ଥିତିରେ କାହାକୁ ଲକ୍ଷ୍ୟ କରି ସେ ବିଜେଡ଼ି ପ୍ରାର୍ଥିନୀ ଛୁରିଆଙ୍କ ବାସଭବନରେ ସେଭଳି ସଂଳାପ ଦେଇଥିଲେ, ସେ ନେଇ ଜାଣିବାକୁ କଂସ କଳାକାର ମେହେରଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲା । ମାତ୍ର ସେ ଫୋନ ନ ଉଠାଇବାରୁ ତାଙ୍କ ମତାମତ ମିଳିପାରି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

KIIT controversy: ଜମି କେଳେଙ୍କାରୀ ରୋକିବାକୁ ସ୍ପେଶାଲ ଡ୍ରାଇଭ୍‌

ଭୁବନେଶ୍ୱର,୨୨ା୨: KIIT ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ସରକାରୀ ଓ ଜଙ୍ଗଲ ଜମି ଦଖଲ ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି...

KIIT University: ସାଙ୍ଘାତିକ କଥା କହିଲେ ପୁରୁଷ ବନ୍ଧୁ ଯୁବତୀଙ୍କ ସହ ଥିଲା ୨ ବର୍ଷର ପ୍ରେମ ସମ୍ପର୍କ , ଯୁବତୀ ଆଗକୁ…

ଭୁବନେଶ୍ୱର,୨୨।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଯୁବତୀଙ୍କ ପୁରୁଷ ବନ୍ଧୁ ଆଦ୍‌ଭିକ୍‌ ଶ୍ରୀବାସ୍ଥବ ରିମାଣ୍ଡ ପରେ ଝାରପଡ଼ା ଜେଲ ଯାଇଛନ୍ତି। ରିମାଣ୍ଡ ବେଳେ...

KIIT University: ଭାଇରାଲ ଭିଡିଓର କରାଯିବ ଭଏସ ସ୍ପେକ୍ଟ୍ରୋଗ୍ରାଫି

ଭୁବନେଶ୍ୱର,୨୨।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁମାନଙ୍କୁ ସମନ ହୋଇଥିଲା...

KIIT University: ପୂର୍ବ ସରକାରଙ୍କ ସମୟରେ ଅହେତୁକ ଅନୁକମ୍ପା ବର୍ତ୍ତମାନର ସରକାର କଠୋର ଆକ୍ସନ, କାହିଁକି ଏମିତି କହିଲେ…

ଭୁବନେଶ୍ୱର,୨୨।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କିଟ୍‌ରେ ଘଟିଥିବା...

Weather: ଏସବୁ ଜିଲାରେ ଘଡ଼ଘଡ଼ି ସହ ଛେଚିବ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୨ା୨: ରାଜ୍ୟରେ ଆସନ୍ତା ଦୁଇଦିନ ଧରି ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ...

ଭାଜପା ସରକାର ଓଡ଼ିଶାକୁ ଋଣ ଭାରରେ ବୁଡାଇ ଦେବ: ଜାଣନ୍ତୁ ବିରୋଧୀଙ୍କୁ କ’ଣ କହଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର,୨୨।୨: ୨୦୨୫-୨୬ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ବଜେଟ ଆଲୋଚନାବେଳେ ବିରୋଧୀ ଦଳର ବିଧାୟକମାନେ ରାଜ୍ୟ ସରକାରଙ୍କୁ ଋଣ ଗ୍ରସ୍ତ ବୋଲି ଉପସ୍ଥାପିତ କରିବା ସହ...

ବଡ଼ ଯା’ liver ଦେଇ ବି ବଞ୍ଚିଲେନି ସାନ, ଅସ୍ତ୍ରୋପଚାର ସମୟରେ ଡାକ୍ତର କାଟି ଦେଇଥିଲେ…

ସମ୍ବଲପୁର,୨୨ା୨(ପ୍ରମୋଦ ବହିଦାର): ଲିଭର ବା ଯକୃତ ପ୍ରତିରୋପଣ ସତ୍ତ୍ବେ ଜୀବିତ ରହି ପାରିଲେ ନାହିଁ ମହିଳା। ଶୁକ୍ରବାର ରାତିରେ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ବେ ହାଇଦ୍ରାବାଦର...

ଦୁଇ ATM ଭାଙ୍ଗିଲେ ଦୁର୍ବୃତ୍ତ: ସାଇରନ ବାଜିବାରୁ…

ସାବରଙ୍ଗ,୨୨ା୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କଲେଜ ରୋଡ୍‌ରେ ଥିବା ଦୁଇଟି ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଏଠାରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image