Categories: ଜାତୀୟ

ସଂସଦ ଦର୍ଶକ ଗ୍ୟାଲେରୀରୁ ଡେଇଁଥିଲେ ମନୋରଞ୍ଜନ, ଏବେ ଚମକାଇଲା ବାପାଙ୍କ ପ୍ରତିକ୍ରିୟା…

ନୂଆଦିଲ୍ଲୀ,୧୩।୧୨: ଲୋକ ସଭାରେ ବୁଧବାର ୨ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁ ହଙ୍ଗାମା କରିଥିଲେ। ଉଭୟଙ୍କ ପରିଚୟ ସାଗର ଏବଂ ମନୋରଞ୍ଜନ ଭାବେ ହୋଇଛି। ଦୁହେଁ ହଠାତ୍‌ ଗ୍ୟାଲେରୀରୁ ଡେଇଁ ପଡ଼ି ଧୂଆଁ ଛାଡ଼ିବା ଯୋଗୁ ଗୃହରେ ଭୟର ବାତାବରଣ ଖେଳି ଯାଇଥିଲା। ସଂସଦ ଆକ୍ରମଣ ବାର୍ଷିକୀରେ ପୁଣିଥରେ ଆତଙ୍କବାଦୀମାନେ ପଶି ଆସିଥିବା ସନ୍ଦେହ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ପରେ ସଂସଦକୁ ମୁଲତବୀ କରାଯାଇଛି।
ଘଟଣା ପରେ ମନୋରଞ୍ଜନଙ୍କ ବାପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୁଅଙ୍କ ଏଭଳି କାର୍ଯ୍ୟକୁ ବିଶ୍ୱାସ କରିପାରୁ ନ ଥିବା କହିଛନ୍ତି।  ଏହାଛଡ଼ା ପୁଅ ତାଙ୍କୁ ବାଙ୍ଗାଲୁରୁ ଯାଉଥିବା କହିଥିଲେ। ସେ ତାଙ୍କ ସହ ବିଲରେ କାମ କରିଥାନ୍ତି। ହେଲେ ବୁଲିବା ଲାଗି ଅଲଗା ସହରକୁ ଯିବାକୁ ପସନ୍ଦ କରିଥାନ୍ତି। ଏଣୁ ତାଙ୍କ ପାଇଁ ଦିଲ୍ଲୀ ନଚେତ ବାଙ୍ଗାଲୋର ଯିବା ସାଧାରଣ କଥା ଥିଲା। ତାଙ୍କର କୌଣସି ଖରାପ ଅଭ୍ୟାସ ନ ଥିଲା। ତାଙ୍କର ସଂସଦ ଯିବା ବିଷୟରେ ଜାଣି ନ ଥିଲି। ଦେଖିବାକୁ ଗଲେ ଆମେ କୃଷକ ପରିବାରର। ଘଟଣା ବିଷୟରେ ଶୁଣିବା ପରେ କିଛି ବି ବୁଝିପାରୁନାହିଁ। କେବଳ ଏଭଳି କାମକୁ ନିନ୍ଦା କରୁଛି। ଲୋକ ସଭା ଆମର ସମ୍ପତ୍ତି। ସେଠାରେ ହଙ୍ଗାମା କରିବା ନିନ୍ଦନୀୟ। ବାପା ହିସାବରେ ଏଭଳି ଘଟଣାକୁ ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି।
Share