ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ

ଚଣ୍ଡିଗଡ଼,୧୫।୭: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ବୁଧବାର ଏନେଇ ଖୋଦ ଅମରିନ୍ଦର ସିଂହ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ସୁରକ୍ଷା ଦୃଷ୍ଟିରୁ ମନ୍ତ୍ରୀମଣ୍ଡଳର ନିଜ ସହଯୋଗୀଙ୍କୁ ଅମରିନ୍ଦର କୋଭିଡ-୧୯ ଯାଞ୍ଚ କରାଇବାକୁ ପରାମର୍ଶ ଦେଇଛନ୍ତି। ଏହାପରେ ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କ କରୋନା ଯାଞ୍ଚ କରାଯାଇଛି। ସେମାନଙ୍କ ରିପୋର୍ଟ ଗୁରୁବାର ସୁଦ୍ଧା ଆସିଯିବ ବୋଲି ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଂହ ସିଦ୍ଧୁ କହିଛନ୍ତି। ସୂଚନା ମୁତାବକ ମଙ୍ଗଳବାର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ତୃପ୍ତ ରଜିନ୍ଦର ସିଂହ ବାଜଓ୍ବା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

Share