ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍‌ ଲୋକାର୍ପିତ

ଭୁବନେଶ୍ୱର,୧୯ା୪(ବ୍ୟୁରୋ): ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକାର୍ପିତ କରିଛନ୍ତି। ଭୁବନେଶ୍ୱର କସମୋପଲୀ ଅଞ୍ଚଳରେ ବିଏମସି ପକ୍ଷରୁ ଏହା ନିର୍ମାଣ କରାଯାଇଛି। ଏହି ଭେଣ୍ଡିଂ ଜୋନ୍‌ରେ ୪୨ଟି ଦୋକାନ ରହିଛି । ଏଥିପାଇଁ ମୋଟ୍‌ ୧ କୋଟି ୭ ଲକ୍ଷ ଟଙ୍କା ବ୍ୟୟ ହୋଇଛି ।

ଉକ୍ତ ଭେଣ୍ଡିଂ ଜୋନ୍‌ରେ ପାନୀୟ ଜଳ, ଶୌଚାଳୟ, ବସିବା ପାଇଁ ଚୌକି, ଆଲୋକୀକରଣ ସହିତ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରାଯାଇଛି। ଅଭିରାମ ଆଞ୍ଚଳିକ ମହିଳା ମହାସଂଘ ଦ୍ୱାରା ଏହି ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି।

Share