ଜୁଲାଇ ୩୧ ଯାଏ ରାଜ୍ୟ ଘରୋଇ ବସ୍‌ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର,୨୭।୬(ବ୍ୟୁରୋ): ଜୁଲାଇ ୧ ତାରିଖରେ ହେବାକୁ ଥିବା ବସ ଧର୍ମଘଟକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ବସ ମାଲିକ ସଙ୍ଘ। ରଥଯାତ୍ରାକୁ ଦୃଷ୍ଟିରେ ରଖି ବସ୍‌ ଧର୍ମଘଟ ସ୍ଥଗିତ ରଖାଯାଇଛି।
ଜୁଲାଇ ସୁଦ୍ଧା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଅପିଲ କରାଯାଇଛି। ତେବେ ସରକାର ଜୁଲାଇ ମାସ ସୁଦ୍ଧା ଦାବି ପୂରଣ ନ କରନ୍ତି, ତା’ହେଲେ ଅଗଷ୍ଟରେ ପୁଣି ଧର୍ମଘଟକୁ ବସ ମାଲିକ ସଙ୍ଘ ଓହ୍ଲାଇବ ବୋଲି ବସ ମାଲିକ ସଙ୍ଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।

Share