କୋରାପୁଟ, ୭ା୨: କୋରାପୁଟ-ବୋରିଗୁମ୍ମା ଭାୟା ରାଣୀଗଡ଼ ୩୨୬ ନମ୍ବର ରାଜପଥ ଛର୍ତଲା ନିକଟରେ ରବିବାର ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କାର ଓ ଏକ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ମନ୍ତ୍ରୀଙ୍କ ଗାଡି ଚାଳକ ଆହତ ହୋଇଛନ୍ତି। କାରର ବାମ ପାର୍ଶ୍ୱ ଭାଙ୍ଗି ଯାଇଛି। ମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ମନ୍ତ୍ରୀ କୋରାପୁଟ ଆସି ଏକ ବୈଠକରେ ଯୋଗଦେଇ ଘର କୋଟପାଡ ଫେରୁଥିବା ବେଳେ ଛର୍ତଲା ନିକଟରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ପରେ ମନ୍ତ୍ରୀ ୧୦୮କୁ ଫୋନ କରି ଆମ୍ବୁଲାନ୍ସ ଆସିବା ପରେ ଗୁରୁତର ବାଇକ୍ ଚାଳକଙ୍କୁ ବୋରିଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।
Posted inଆମ ଜିଲା ଖବର, କୋରାପୁଟ, ରାଜ୍ୟ