ସମ୍ବଲପୁର, ୮ା୧୧ (ବ୍ୟୁରୋ): ସମ୍ବଲପୁରର ଇଷ୍ଟଦେବୀ ସମଲେଇ। ସମଲେଇ ସଂସ୍କୃତି ଓ ପରମ୍ପରାର ସୁରକ୍ଷା, ପ୍ରଚାରପ୍ରସାର ଲାଗି ଭକ୍ତମାନେ ଅଭିନବ ପ୍ରୟାସ ଜାରି ରଖିଛନ୍ତି। ସମ୍ବଲପୁର ସେଙ୍କି ଜ୍ୱେଏଲରୀ ସତ୍ତ୍ବାଧିକାରୀ ସେଙ୍କି ସମ୍ବଲପୁରିଆ ରୌପ୍ୟ ମୁଦ୍ରାରେ (ସିଲଭର୍ କଏନ୍) ଦେବୀ ସମଲେଇଙ୍କ ପ୍ରତିକୃତି ସ୍ଥାନିତ କରିଛନ୍ତି। ଖାଣ୍ଟି ୧୦ ଗ୍ରାମ ରୌପ୍ୟ ମୁଦ୍ରାରେ ଏହି ପ୍ରତିକୃତୀ ଦିଲ୍ଲୀର ଏକ କମ୍ପାନୀ ତିଆରି କରିଛି। ଏହି ମୁଦ୍ରାରେ ଦେବୀଙ୍କ ରଙ୍ଗୀନ ଛବି ରହି ଓଡିଆ ଭାଷାରେ ଜୟ ମାଁ ସମଲେଇ ଲେଖାହୋଇଛି। ପ୍ରଥମ ପର୍ଯ୍ୟାୟରେ ୨ଶହ ଭକ୍ତଙ୍କ ସକାଶେ ମୁଦ୍ରା ଉପଲବ୍ଧ ରହିଛି। ଆଗକୁ ୧ଲକ୍ଷ ମୁଦ୍ରା ତିଆରି କରାଯିବ ବୋଲି ସେଙ୍କି ଜ୍ୱେଏଲରୀର ଅନ୍ୟତମ ସତ୍ତ୍ବାଧିକାରୀ ତନୁ ବାଙ୍କା ସୂଚନା ଦେଇଛନ୍ତି।