Categories: ଜାତୀୟ

ଷ୍ଟିଲ ମ୍ୟାନ ଜାମସେଦ ଜି ଇରାନୀଙ୍କ ପରଲୋକ

ନୂଆଦିଲ୍ଲୀ,୧ ।୧୧: ଦେଶର ଷ୍ଟିଲ ମ୍ୟାନ ଭାବେ ପରିଚିତ ଜାମସେଦ ଜି ଇରାନୀଙ୍କର ପରଲୋକ ହୋଇଛି । ସୋମବାର ୩୧ ଅକ୍ଟୋବରରେ ସେ ଜାମସେଦପୁରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଏହି ସୂଚନା ଟାଟା ଷ୍ଟିଲ ପକ୍ଷରୁ ଦିଆଯାଇଛି ।
ଟାଟା ଷ୍ଟିଲ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି, ଷ୍ଟିଲ ମ୍ୟାନ ଅଫ ଇଣ୍ଡିଆ ଆଉ ନାହାନ୍ତି । ପଦ୍ମ ବିଭୁଷଣ ଡା. ଜମଶେଦ ଜେ ଇରାନିଙ୍କ ପରଲୋକ ଖବରରେ ଟାଟା ଗ୍ରୁପ ଗଭିର ଦୁଃଖ ପ୍ରକାଶ କରିଛି । ୩୧ ଅକ୍ଟୋବର ରାତି ପ୍ରାୟ ୧୦ଟାରେ ଜାମସେଦପୁରରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନାଯୋଗ୍ୟ, ଇରାନି ୨୦୧୧ରେ ଟାଟା ଷ୍ଟିଲର ବୋର୍ଡରୁ ସେବା ନିବୃତ୍ତ ହୋଇଥିଲେ ।

Share