ହାତୀ କଙ୍କାଳ ଠାବ କଲା ଏସ୍‌ଟିଏଫ୍‌ ଟିମ୍‌

ସମ୍ବଲପୁର,୨୪ା୭(ବ୍ୟୁରୋ): ସମ୍ବଲପୁରରେ ଏସ୍‌ଟିଏଫ୍‌ର ୩ ଜଣିଆ ଟିମ୍‌ ଖୋଳତାଡ଼ କରି ହାତୀ କଙ୍କାଳ ଠାବ କରିଛି ।
ଖବର ଅନୁଯାୟୀ, ସମ୍ବଲପୁର ବନଖଣ୍ଡ ଧମା ଫରେଷ୍ଟ ରେଞ୍ଜ କେଶାପାଲି ପଞ୍ଚାୟତ କୋଲଗାଁ ଜଙ୍ଗଲରେ ହାତୀକୁ ହତ୍ୟା କରି ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରିଥିଲା। ଏସ୍‌ଟିଏଫ୍‌ର ଏହି ଚଢ଼ାଉରେ ହାତୀ କଙ୍କାଳ ଠାବ ହୋଇଛି। ସମ୍ବଲପୁରରେ ମଧ୍ୟ ହାତୀ ଦାନ୍ତ ମାଫିଆ ସକ୍ରିୟ ଥିବା ଏଥିରୁ ଅନୁମାନ କରାଯାଉଛି।

Share