Categories: ବାଣିଜ୍ୟ

ଖସିଲା ଶେୟାର ବଜାର

ନୂଆଦିଲ୍ଲୀ,୨୦।୩: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୭୩୬ (୭୩୬.୩୭) ପଏଣ୍ଟ କମି ୭୨,୦୧୨ (୭୨,୦୧୨.୦୫) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୨୩୮(୨୩୮.୨୫) ପଏଣ୍ଟ ହ୍ରାସ ଘଟି ୨୧,୮୧୭ (୨୧,୮୧୭.୪୫) ଅଙ୍କରେ କାରବାର ବନ୍ଦ ହୋଇଥିଲା। ଅପରପକ୍ଷରେ ବିଏସ୍‌ଇ ସେନ୍‌ସେକ୍ସର ମିଡକ୍ୟାପ୍‌ ଓ ସ୍ମଲକ୍ୟାପ୍‌ ଶେୟାରଗୁଡିକର ଇଣ୍ଡେକ୍ସ ସହ ଏନ୍‌ଏସ୍‌ଇ ନିଫ୍ଟି ମିଡକ୍ୟାପ, ସ୍ମଲକ୍ୟାପ ଏବଂ ବ୍ୟାଙ୍କ ଶେୟାରଗୁଡିକର କାରବାରରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏପରିକି ଶେୟାର ବଜାରର ସେକ୍ଟୋରାଲ ଇଣ୍ଡେକ୍ସ କାରବାରରେ ମଧ୍ୟ ହ୍ରାସ ଘଟିଛି।

Share