Advertisement

ପଥର ହଟିଲା, ମରାମତି ପରେ ସ୍ବାଭାବିକ ହେଲା ରେଳ ଚଳାଚଳ

ନନ୍ଦପୁର, ୧୨।୭(ଶଙ୍କର ପୂଜାରୀ): କୋଟଭାଲସା ଓ ବରା ଷ୍ଟେଶନ ମଧ୍ୟଭାଗରେ ପାହାଡ ଉପରୁ ସୋମବାର ଏକ ବଡ଼ ପଥର ଖସି ରେଳ ଧାରଣାରେ ପଡ଼ିଥିଲା। ଫଳରେ ସୋମବାର ସନ୍ଧ୍ୟାରୁ ବିଶାଖାପାଟଣା-କିରାଣ୍ଡୁଲ ରେଳ ଧାରଣାରେ ରେଳ ଚଳାଚଳ ବନ୍ଦ ରହିଥିଲା। ଏହି ରୁଟ୍‌ରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ୍‌ର ଗତିପଥ ବଦଳାଯାଇଥିଲା। ଯୁଦ୍ଧକାଳୀନ ଭିତ୍ତିିରେ ମରାମତି କରି ପଥର ହଟାଇବା ପରେ ଉକ୍ତ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି। ଏହି କାର୍ଯ୍ୟକୁ ୱାଲ୍‌ଟିୟର ଡିଭିଜନର ଡିଆର୍‌ଏମ୍‌ ଅନୁପ ଶତପଥୀ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦାରଖ କରୁଥିଲେ। କାର୍ଯ୍ୟ ଶେଷ ହେବା ପରେ ମଙ୍ଗଳବାର ମଧ୍ୟାହ୍ନ ୧୨ରୁ ଉକ୍ତ ରୁଟ୍‌ରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel