ଛତ୍ରପୁର, ୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ସାମାଜିଜ ଦୂରତା, ମାସ୍କ ପିନ୍ଧିବା ଏବଂ କୋଭିଡ ନିୟମ ମାନିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ। ଯେଉଁମାନେ କରୋନା ନିୟମ ନ ମାନି ଦୋକାନ ଖୋଲିବେ ପ୍ରଥମେ ୫ ହଜାର ଟଙ୍କା ଜରିମାନା ସହ ୧୫ ଦିନ ପାଇଁ ଦୋକାନ ବନ୍ଦ କରାଯିବ। ସେହିପରି ଦ୍ୱିତୀୟ ଥର ପାଇଁ ଆଇନ ଅମାନ୍ୟ କଲେ ମାସକ ପାଇଁ ଉକ୍ତ ଦୋକାନ ବନ୍ଦ କରାଯିବା ସହ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହେବ। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍କରି ସୂଚନା ଦେଇଛନ୍ତି । କୃଷି ଓ ଏ ସମ୍ପର୍କୀୟ ଅନ୍ୟ ସାମଗ୍ରୀ, ଔଷଧ ପରିବହନକୁ ବାଦ୍ ଦେଲେ ଅନ୍ୟ କୌଣସି ଗାଡ଼ି ଚଳାଚଳକୁ ଜ଼ିଲାପାଳ ବାରଣ କରିଛନ୍ତି।