ଛତ୍ରପୁର,୨ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କୋଭିଡ୍-୧୯ ଗାଇଡ୍ଲାଇନ୍କୁ ଆହୁରି କଡ଼ାକଡ଼ି ପାଳନ କରାଯିବ। ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ସେପ୍ଟେମ୍ବରରେ ସତର୍କତା ଜରୁରୀ। ସବୁ ନିୟମ ପାଳନ କଲେ କରୋନାକୁ ହଟାଇ ହେବ। ଦୋକାନୀମାନେ ପଞ୍ଚସୂତ୍ର ପାଳନ ବାଧ୍ୟତାମୂଳକ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ଦୋକାନ ଆଗରେ ବ୍ୟାରିକେଡ୍, ନୋ ମାସ୍କ ନୋ ଗୁଡ୍ସ ବୋର୍ଡ ଲଗାଇବା, ସାନିଟାଇଜର, ବୃତ୍ତ ଆଙ୍କିବା, କଣ୍ଟାକ୍ଟ ବୁକ ନ ରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲାପାଳ କହିଛନ୍ତି। ଏଥିସହ ଜରିମାନା ଆଦାୟ ହେବ। ଦ୍ୱିତୀୟ ଥର ପଞ୍ଚସୂତ୍ର ନିୟମ ଉଲ୍ଲଂଘନ କଲେ ମାସେ ଦୋକାନ ବନ୍ଦ ହେବ ବୋଲି ଜିଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।