ଭୀଷଣ ନୁହେଁ ଅତି ଭୀଷଣ ହେବ ବାତ୍ୟା! ଶ୍ରୀମନ୍ଦିର ଉପର ଦୃଶ୍ୟ ଦେଖି ଲୋକ ଛାନିଆ…

ଭୁବନେଶ୍ୱର,୨୩।୧୦: ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ବଙ୍ଗୋପସାଗରରେ ଗଭୀର ଅବପାତ, ବାତ୍ୟା ରୂପ ନେବା ପରେ ଏହା ଏବେ ୧୫ କିଲୋମିଟର ବେଗରେ ଉତ୍ତର- ପଶ୍ଚିମ ଦିଗରେ ଆଗକୁ ମାଡି ଆସୁଛି। କ୍ରମେ ଏହାର ଭୀଷଣ ବାତ୍ୟା ରୂପ ନେଇ ଧାମରାରୁ ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ବାତ୍ୟା ୧୮ କିଲୋମିଟର ବେଗରେ ଗତି କରୁଥିବାବେଳେ ଏବେ ଏହାର ଗତିରେ ଧୀରତା ଆସି ୧୫ କିଲୋମିଟରକୁ ହ୍ରାସ ପାଇଛି । ଫଳରେ ସମୁଦ୍ର ଭିତରେ ଏହାର ଅଧିକ ଶକ୍ତିଶାଳୀ ହେଉଥିବା କୁହାଯାଉଛି । ଏବେ ସୁଦ୍ଧା ମିଳିଥିବା ପାଣିପାଗ ବିଭାଗ ସୂଚନା ମୁତାବକ, ଏବେ ଏହା ପାରାଦୀପ ଠାରୁ ୫୨୦ କିଲୋମିଟର ଦୂରରେ ରହିଛି । ସାଗରଦ୍ୱୀପଠାରୁ ଏହାର ଦୂରତା ୬୦୦ କିଲୋମିଟର ରହିଛି ।

ତେବେ ଏହାରି ଭିତରେ ପୁରୀ ଜଗନ୍ନାଥ ମନ୍ଦିର ଉପରେ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଉପରେ ଶହ ଶହ ପକ୍ଷୀ ଉଡୁଥିବାର ଦେଖିବାକୁ ମିଳିଛି। ରାତିରେ ଶ୍ରୀମନ୍ଦିର ଉପରେ ଏତେ ସଂଖ୍ୟକ ପକ୍ଷୀ ଶ୍ରୀମନ୍ଦିର ଉପରେ ଦେଖି ପର୍ଯ୍ୟଟକଙ୍କ ଠାରୁ ସାଧାରଣ ଲୋକ ତାଜୁବ ହୋଇ ଯାଇଛନ୍ତି। ଶହଶହ ପକ୍ଷୀ ପତିତପାବନ ବାନା ଚାରିପାଖେ ଗୋଲେଇ ହୋଇ ବୁଲୁଥିବାର ଦେଖାଯାଇଛି। ସମୁଦ୍ରରେ ବାତ୍ୟା ଯୋଗୁ ପକ୍ଷୀ ମାନେ ଦିଗ ପରିବର୍ତ୍ତନ କରିଥିବା ଅନେକେ ଅନୁମାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୨୩ା୧୦: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ଏଥିରେ ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଛି। ଏହି ଯୋଜନାରୁ ବାଦ୍‌...

କେନ୍ଦ୍ରାପଡ଼ା-ଧାମରାକୁ ବଢ଼ିଲା ବିପଦ; ସତର୍କ ରୁହନ୍ତୁ ପୁରୀବାସୀ!, ବିପଦ ସଙ୍କେତ ଜାରି…

ଭୁବନେଶ୍ୱର,୨୩।୧୦: ଓଡ଼ିଶା ଉପକୂଳମୁହାଁ ବାତ୍ୟା ‘ଦାନା’। ଘଣ୍ଟାପ୍ରତି ୧୫ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ବାତ୍ୟା ଗତି କରୁଛି। ଏହା କେନ୍ଦ୍ରାପଡ଼ା-ଧାମରା ମଧ୍ୟରେ ଏହା...

ଛାନିଆ କଲାଣି ‘ଦାନା’; ବିରୋଧୀ ଦଳ ନେତା ନବୀନ ଦେଲେ ଏଭଳି ବାର୍ତ୍ତା

ଭୁବନେଶ୍ୱର,୨୩।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବୁଧବାର ବାତ୍ୟାର ରୂପ ନେଇଛି। ଏବେ ଏହା ଘଣ୍ଟାପ୍ରତି ୧୮ କିମି ବେଗରେ ଉପକୂଳ ମୁହାଁ ହୋଇଛି।...

ସ୍ଥଗିତ ହେଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା

ଭୁବନେଶ୍ୱର,୨୩।୧୦: ସ୍ଥଗିତ ହେଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା। ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ପ୍ରିଲିମକୁ ସ୍ଥଗିତ ରଖାଯାଇଛି। ପରୀକ୍ଷା ସ୍ଥଗିତ ନେଇ ଓପିଏସ୍‌ସି ପକ୍ଷରୁ...

Featured Video Play Icon

ଭିତରକନିକାରେ ଲ୍ୟାଣ୍ଡଫଲ୍‌! ସମୁଦ୍ରରେ ବଡ଼ ହଲଚଲ୍‌…

ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା ଦାନା । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ବାତ୍ୟାରେ ରୂପ ନେଇଛି...

ବିଜେଡିର ଜନସମ୍ପର୍କ ଯାତ୍ରା: ଦର ବୃଦ୍ଧିକୁ ନେଇ ବର୍ଷିଲେ ଦେବୀ

ଦାରିଙ୍ଗବାଡି, ୨୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବିଜେଡି ପକ୍ଷରୁ ବୁଧବାର ଜନସମ୍ପର୍କ ପଦଯାତ୍ରା ଓ ସାଙ୍ଗଠନିକ ବୈଠକ ପୂର୍ବତନ ଜି. ଉଦୟଗିରି ବିଧାୟକ...

ସ୍ଥଳଭାଗ ଛୁଇଁଲା ‘ଦାନା’ର ବାହ୍ୟବଳୟ , ଆକାଶରେ ଘୋଟି ଆସିଲାଣି…

ଭୁବନେଶ୍ୱର,୨୩।୧୦: ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ପାରାଦୀପ ରାଡାରର ତଥ୍ୟ ଅନୁସାରେ ମିଳିଛି ବଡ଼ ସୂଚନା। ଭଦ୍ରକ ଓ କେନ୍ଦ୍ରାପଡ଼ାର କିଛି...

ଆଜି ସନ୍ଧ୍ୟାରୁ ବଦଳିବ ପାଗ: ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୩।୧୦: ବାତ୍ୟା ଦାନାର ପ୍ରଭାବରେ ଆଜି ସନ୍ଧା୍ୟା ପରଠୁ ଉପକୂଳବର୍ତ୍ତୀ ଜିଲାରେ ପ୍ରବଳ ବର୍ଷିବ। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri