ଦୂର ସାଗରର ଝଡ଼

ଜଳର ବଳ: ବାୟୁରେ ଅସଂଖ୍ୟ ଜଳୀୟବାଷ୍ପ କଣିକା ଅଦୃଶ୍ୟ ରୂପେ ଥାଏ। ଶୀତଳବାୟୁର ଜଳୀୟବାଷ୍ପ ଧାରଣ କ୍ଷମତା ସୀମିତ ଥିଲାବେଳେ ଖରାଦିନର ଗରମ ବାୟୁ ଯଥେଷ୍ଟ ଜଳୀୟବାଷ୍ପ ଧାରଣ କରିପାରେ। ପୃଥିବୀର ପାଣିପାଗ ଅନେକାଂଶରେ ବାୟୁରେ ଥିବା ଏହି ଅଦୃଶ୍ୟ ଜଳୀୟବାଷ୍ପର ପରିମାଣ ଉପରେ ନିର୍ଭର କରେ। ଜଳ ହିଁ ପ୍ରକୃତିର ଏକମାତ୍ର ପଦାର୍ଥ ଯାହା ବାୟୁମଣ୍ଡଳୀୟ ସାଧାରଣ ତାପମାତ୍ରା ତାରତମ୍ୟତାରେ ପଦାର୍ଥର ସମସ୍ତ ତିନୋଟି ରୂପ ଯଥା କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାରେ ରହିପାରେ। ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣକଥା ହେଉଛି ଯେ, ଜଳର ଅବସ୍ଥା ପରିବର୍ତ୍ତନ ସମୟରେ ବିପୁଳ ତାପର ବିନିମୟ ଘଟେ। ବିଜ୍ଞାନରେ ଏହାକୁ ଗୁପ୍ତ ତାପ କହନ୍ତି। ଜଳର ଗୁପ୍ତ ତାପ ହେଉଛି ୨.୫ x ୧୦ ୬ J kg-୧ ଯାହା ଅସ୍ବାଭାବିକ ଭାବେ ବହୁତ ବେଶି। (ତୁଳନା କରି ଦେଖନ୍ତୁ: ତରଳ ଆମୋନିଆର ଗୁପ୍ତ ତାପ: ୧.୨ x ୧୦ ୬ J kg-୧, ପ୍ରୋପେନ: ୪.୨ x ୧୦ ୫ J kg-୧, ଇଥର: ୩.୯ x ୧୦ ୩ J kg-୧, କାର୍ବନ ଟେଟ୍ରାକ୍ଲୋରାଇଡ: ୨.୨ x ୧୦ ୫ J kg-୧। ଏଣୁ ଜଳ ସ୍ବତଃ ବାଷ୍ପ ହେଲେ ପ୍ରଚୁର ତାପ ଗ୍ରହଣ କରୁଥିଲାବେଳେ ଜଳୀୟବାଷ୍ପ ଅବସ୍ଥାରୁ ଘନୀଭୂତ ହୋଇ ଜଳଟୋପାରେ ପରିଣତ ହେଲେ ବିପୁଳ ତାପ ନିର୍ଗତ କରେ। ଏହି ତାପ ହିଁ ସାମୁଦ୍ରିକ ଝଡ଼କୁ ସକ୍ରିୟ ଓ ଶକ୍ତିଶାଳୀ କରିଥାଏ।
ସମୁଦ୍ର ବକ୍ଷରେ ସଷ୍ଟ ଖଣ୍ଡିଆଭୂତରେ ଚତୁଃପାର୍ଶ୍ୱର ଉଷ୍ମ ଆର୍ଦ୍ର ପବନ ପହଞ୍ଚତ୍ ଅଚାନକ ପ୍ରସାରିତ ହୁଏ ଓ ଭଉଁରି ଉପରିସ୍ଥ ଶୀତଳ ବାଦଲଖଣ୍ଡକୁ ଉଠି ଆହୁରି ପ୍ରସାରିତ ହୁଏ। ଏହି ଅଚାନକ ପ୍ରସାରଣ ଦ୍ୱାରା ବାୟୁରେ ଥିବା ଜଳୀୟବାଷ୍ପ ଶୀତଳ ଓ ଘନୀଭୂତ ହୋଇ ଜଳଟୋପାରେ ପରିଣତ ହୁଏ। ଏହି ପ୍ରକ୍ରିୟା ଚତୁଃପାର୍ଶ୍ୱକୁ ବିପୁଳ ତାପ ନିର୍ଗତ କରେ। ଏହି ତାପରେ ସମୁଦ୍ର ପୃଷ୍ଠରୁ ଅଧିକରୁ ଅଧିକ ଜଳ ବାଷ୍ପ ହୋଇ ଉଷ୍ମ ଆର୍ଦ୍ର ପବନ ଆକାରରେ ଖଣ୍ଡିଆଭୂତର କେନ୍ଦ୍ର ଆଡ଼କୁ ଛୁଟି ଆସେ। ଏହି ଉଷ୍ମ ଆର୍ଦ୍ର ପବନ ହିଁ ଝଡ଼ର ଇନ୍ଧନ ଅଟେ। ଏହି ପବନ ପୂର୍ବ ପରି ଭଉଁରିରେ ଘୂରି ଘୂରି ଉପରକୁ ଉଠେ, ଶୀତଳ ହୋଇ ଜଳଟୋପାରେ ପରିଣତ ହୁଏ ଓ ପୁଣି ବିପୁଳ ତାପ ନିର୍ଗତ କରେ। ଏହି ତାପରେ ସମୁଦ୍ର ପୃଷ୍ଠରୁ ପୁଣି ଅଧିକରୁ ଅଧିକ ଉଷ୍ମ ଆର୍ଦ୍ର ପବନ ସୃଷ୍ଟି ହୁଏ ଏବଂ ପୂର୍ବ ପ୍ରକ୍ରିୟା ଅବ୍ୟାହତ ରହି ଝଡ଼କୁ ନିରନ୍ତର ତ୍ୱରାନ୍ବିତ କରେ। ଫଳରେ ସାମୁଦ୍ରିକ ଝଡ଼ସବୁ ଦୀର୍ଘସ୍ଥାୟୀ ହୋଇ ସପ୍ତାହ ସପ୍ତାହ ଧରି ଚାଲୁ ରହୁଥିଲାବେଳେ ପବନ ଘଣ୍ଟାକୁ ୩୦୦ କିମି ଭଳି ଦୂରନ୍ତ ବେଗରେ ପ୍ରବାହିତ ହୋଇଥାଏ।
ଏଭଳି ଝଡ଼କୁ ସାଧାରଣତଃ ‘ହରିକେନ’ କୁହାଯାଉଥିଲାବେଳେ ପ୍ରଶାନ୍ତ ମହସାଗରରେ ‘ଟାଇଫୁନ’, ଅଷ୍ଟ୍ରେଲିଆ ଉପକୂଳରେ ‘ୱିଲେ’ ଓ ଫିଲିପାଇନ୍‌ସ ଦ୍ୱୀପପୁଞ୍ଜରେ ‘ବାଗୁଓସ’ କହନ୍ତି। ଆମ ଦେଶରେ ଏହା ସାଧାରଣତଃ ‘ସାଇକ୍ଲୋନ’ ବା ‘ଘୂର୍ଣ୍ଣିବାତ୍ୟା’ ନାମରେ ପରିଚିତ। ସାଇକ୍ଲୋନ ପ୍ରକୃତରେ ଏକ ଗ୍ରୀକ୍‌ ଶବ୍ଦ, ଯାହାର ଅର୍ଥ ସାପର କୁଣ୍ଡଳୀ। ଜଣେ ବ୍ରିଟିଶ୍‌ ପାଣିପାଗ ବିଜ୍ଞାନୀ ପିଡିଙ୍ଗଟନ ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟି ହେଇଥିବା ସାମୁଦ୍ରିକ ଉଦ୍‌ବେଳନକୁ ବୁଝେଇବା ପାଇଁ ଏଭଳି ବିଚିତ୍ର ନାମକରଣ ବ୍ୟବହର କରିଥିଲେ।
ଏବେ କିନ୍ତୁ ବିଜ୍ଞାନର ଅଗ୍ରଗତି ବଳରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ଆକାଶରେ ଅବସ୍ଥାପିତ ଉପଗ୍ରହର ଫଟୋଚିତ୍ର ତଥା ଦକ୍ଷ କମ୍ପ୍ୟୁଟର ମଡେଲ ଜରିଆରେ ଦୂର ସମୁଦ୍ର ବକ୍ଷରେ ଝଡ଼ର ଉତ୍ପତ୍ତିଠାରୁ ଆରମ୍ଭ କରି, ଏହାର ଅଭ୍ୟୁଦୟ, ପରିଣତି, ଗତିପଥ, ପବନର ବେଗ, ସ୍ଥଳଭାଗ ସ୍ପର୍ଶର ସ୍ଥାନ ଓ କାଳ ନିରୂପଣ ଆଦି ଘଟଣାକୁ ଅତି ନିର୍ଭୁଲ ଭାବେ ପୂର୍ବାନୁମାନ କରାଯାଇ ଆଗୁଆ ସତର୍କ ସୂଚନା ଜାରି କରାଯାଇ ପାରୁଛି। ଫଳରେ ବିପନ୍ନଙ୍କ ପାଇଁ ରିଲିଫ ଯୋଗାଣ ଓ ଉଦ୍ଧାରକାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରାଯାଇ କ୍ଷୟକ୍ଷତିର ପରିମାଣକୁ ହ୍ରାସ କରାଯାଇ ପାରୁଛି।

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ, ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ମୋଟାପଣକୁ କମ୍‌ ଦେଖାଇଥାଏ ଏହି କଲର ଆଉଟ୍‌ଫିଟ୍‌

ଷ୍ଟାଇଲିଶ୍‌ ଓ ଗ୍ଲାମର୍ସ ଦେଖାଯିବା ପାଇଁ ହେଲେ ପ୍ରଥମେ ନିଜ ଆଉଟ୍‌ଫିଟ୍‌ ଉପରେ ଧ୍ୟାନଦେବାକୁ ହେବ। ତେବେ ବ୍ଲାକ୍‌ କଲର ଆଉଟ୍‌ଫିଟ୍‌ ମୋଟାପଣକୁ କମ୍‌ ଦେଖାଇଥାଏ।...

ସକାଳୁ ସକାଳୁ ପିଲାମାନଙ୍କୁ ରେଡିକରି ସ୍କୁଲ ପଠାଇବାକୁ ଥକି ପଡୁଛନ୍ତି କି, ଜାଣନ୍ତୁ…

ପିଲାଙ୍କ ସକାଳୁଆ ସ୍କୁଲ ହେଲେ  ସେମାନଙ୍କୁ ରେଡି କରୁଥିବା ଲୋକଟି ହିଁ ବେଶି ଥକିପଡେ। ଆଜିର ଜୀବନଶୈଳୀ ଲେଟ୍‌ରେ ଶୋଇବା ଲେଟ୍‌ରେ ଉଠିବା ପାଇଁ ଏହି...

ଜାଣନ୍ତୁ ବେଲପତ୍ର କିପରି କରିଦେବ ସୁନ୍ଦର

ତ୍ୱଚାରେ ଯଦି ବିଭିନ୍ନ ପ୍ରକାର ଦାଗ ରହିଥାଏ ଅଥବା କୁଣ୍ଡାଇ ହେଉଥାଏ ତେବେ ବେଲପତ୍ରକୁ ବାଟି ସେହି ସ୍ଥାନରେ ଲଗାନ୍ତୁ। କିଛିଦିନ ପରେ ଏହି ସମସ୍ୟା...

ଶରୀରକୁ ସୁସ୍ଥ ରଖେ ରଜନୀଗନ୍ଧା

ରଜନୀଗନ୍ଧାର ନାମ ନେବା ମାତ୍ରେ ଆମ ଆଖି ସାମ୍ନାରେ ଏକ ସତେଜ ଧଳା ସୁଗନ୍ଧିତ ଫୁଲର ପ୍ରତିଛବି ଉଙ୍କି ମାରୁଥାଏ। ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଏହି...

ପିଜୁଳିରେ ରହିଛି ଅନେକ ପୋଷକତତ୍ତ୍ୱ, ମାତ୍ର ଏହି ରୋଗୀଙ୍କୁ ଖାଇବା ମନା, ଜାଣନ୍ତୁ କାହିଁକି…

ପିଜୁଳି ଏମିତି ଏକ ଫଳ ଯାହା ବହୁତ ସ୍ବାଦିଷ୍ଟ ଏବଂ ପୁଷ୍ଟିକର ଭାବରେ ବିବେଚନା କରାଯାଏ। ଅଧିକାଂଶ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ବିଶେଷକରି...

ଚିନାବାଦାମ ଖାଇଲେ ଦୂର ହୁଏ ଏସବୁ ସମସ୍ୟା…

ଚିନାବାଦାମରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ସବୁଠାରୁ ଖାସ୍‌ କଥା ହେଲା, ଏହାକୁ ଖାଇଲେ ଦୃଷ୍ଟି ଶକ୍ତି ଆହୁରି ପ୍ରଖର ହୋଇଥାଏ। ‘ପ୍ରଖର...

ମୁଣ୍ଡବ୍ୟଥା ହେଉଥିଲେ ଆପଣାନ୍ତୁ ଏହି ଉପାୟ

ଆଜିକାଲି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିରୁ କେତେକାଂଶରେ ଉପଶମ ପାଇବାକୁ ହେଲେ ତାହାର ଉପାୟ ହାତ ପାଆନ୍ତାରେ ରହିଛି। ପ୍ରଥମ କଥା...

ଫ୍ୟାଟ୍‌ ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ ହୋଇଯାନ୍ତୁ ସାବଧାନ: ନଚେତ୍‌…

ମନଲୋଭା ଖାଦ୍ୟ ଦେଖିଲେ ତାହାକୁ ଖାଇବାକୁ ପ୍ରାୟ ଅନେକଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥାଏ। ହେଲେ ନିଜକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri