ନିରାକାରପୁର,୨୩ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଦୁର୍ଘଟଣା ରୋକାଯିବା ସହିତ ଦୂର ସ୍ଥାନକୁ କିଭଳି ଶୀଘ୍ର ତଥା ସୁବିଧାରେ ଯାତାୟାତ କରିପାରିବେ ସେଥିପାଇଁ ରାଜରାସ୍ତାର ଅନେକ ସ୍ଥାନରେ ଓଭରବ୍ରିଜ୍ ନିର୍ମାଣ କରାଯାଇଛି। ସେଗୁଡ଼ିକର ଉଭୟ ପାର୍ଶ୍ୱରେ ଆଲୋକର ସୁବନ୍ଦୋବସ୍ତ କରାଯାଇଛି। ହେଲେ ଏହି ଆଲୋକର ସଠିକ୍ ରକ୍ଷଣାବେକ୍ଷଣ କରାଯାଉନାହିଁ। ଫଳରେ ଏହି ଲାଇଟ୍ଗୁଡିକ ଦିନ ରାତି ୨୪ ଘଣ୍ଟା ଜଳି ରହୁଛି। ଏହା ଜଳି କି ରହୁଥିବାରୁ କେତେକ ସ୍ଥାନରେ ସ୍ଥାନରେ ବଲ୍ବଗୁଡ଼ିକ ଫ୍ୟୁଜ୍ ହୋଇଥିବାବେଳେ ଆଉ କିଛି ଖୁଣ୍ଟରେ ବଲ୍ବଗୁଡ଼ିକ ଧପ୍ଧପ୍ ହୋଇ ଜଳୁଛି। ଏହି ରାସ୍ତା ଦେଇ ଅନେକ ଅଧିକାରୀ ଯାତାୟାତ କରୁଥିଲେ ମଧ୍ୟ କାହାର ଏହା ଉପରେ ଦୃଷ୍ଟି ନ ପଡ଼ିବା ବିଡ଼ମ୍ବନାର ବିଷୟ। ଏନେଇ କିଛି ବିଦ୍ୟୁତ୍ କର୍ମଚାରୀଙ୍କୁ ଅଭିଯୋଗ କରିବାରୁ ସେଇଟା ଆମ କାମ ନୁହେଁ ବୋଲି ପ୍ରକାଶ କରିଛନ୍ତି।