ବଡ଼ବିଲ,୨୧।୧୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ବଡ଼ବିଲ ରେଳ ଷ୍ଟେଶନରେ ବିକାଶ ପରିଷଦ ପକ୍ଷରୁ ଧାରଣା ଦିଆଯାଇଛି। ୩ ଦଫା ଦାବିରେ ଏହି ଧାରଣା ଦେଇଥିବା ଜଣାପଡିଛି। ବାଂଶପାଣି-ବଡ଼ବିଲ ରେଳ ସଂଯୋଗୀକରଣ, ପୁରୀ-ବଡ଼ବିଲ ଇଣ୍ଟରସିଟି ଟ୍ରେନ ପୁନଃ ଚଳାଚଳ ଏବଂ ଟାଟା ନଗର- ବଡ଼ବିଲ ପାସେଞ୍ଜର ଟ୍ରେନକୁ ବଲାଣି ପର୍ଯ୍ୟନ୍ତ ସଂପ୍ରସାରଣ ନେଇ ଦାବି ହୋଇଛି। ବିକାଶ ପରିଷଦର ଆବାହକ ଇନ୍ଦ୍ରମଣି ବେହେରା, ଅଶୋକ ଠକର, କପିଳ ପ୍ରସାଦ ମହାନ୍ତି ଏବଂ ଦିଲୀପ ମିଶ୍ରଙ୍କ ନେତୃତ୍ୱରେ ଧାରଣା ଦିଆଯାଇଛି।