ଆସୁଛି ସବୁଠୁ ଶକ୍ତିଶାଳୀ ବାତ୍ୟା

ଟୋକିଓ,୩୧ା୮: ଚଳିତବର୍ଷ ଜାପାନରେ ସବୁଠୁ ଶକ୍ତିଶାଳୀ ବାତ୍ୟା ହେବ। ଯାହାକି ଅତ୍ୟନ୍ତ ଭୟଙ୍କର। ଜାପାନର ପାଣିପାଗ ବିଜ୍ଞାନ ଏଜେନ୍ସି କହିଛି, ବୁଧବାର ଏହା ମୁଖ୍ୟ ଓକିନାଓ୍ବା ଦ୍ୱୀପରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏପରିକି ଘଣ୍ଟାପ୍ରତି ୧୯୮ କିଲୋମିଟର ବେଗରେ ପବନ ବହିବ। ଏହା କେନ୍ଦ୍ରସ୍ଥଳର ୨୭୦ କିଲୋମିଟର ବେଗରେ ଗତି କରୁଛି।

ଦକ୍ଷିଣ-ପଶ୍ଚିମ ଜାପାନର ଓକିନାଓ୍ବାର କିଛି ଅଞ୍ଚଳରେ ବାତ୍ୟା ‘ହିନାମନୋର’ ଅତ୍ୟଧିକ କ୍ଷୟକ୍ଷତି ଘଟାଇବ ବୋଲି ଜାପାନ ପାଣିପାଗ ବିଭାଗ ଆକଳନ କରିଛି। ଏହି ସପ୍ତାହ ଶେଷରେ ଏହା ପ୍ରିଫେକ୍ଟରର ମୁଖ୍ୟ ଦ୍ୱୀପରେ ପହଞ୍ଚିବାର ଆଙକା ରହିଛି।

ଗୁରୁବାର ପର୍ଯ୍ୟନ୍ତ ଓକିନାଓ୍ବା ଏବଂ ସାକିଶିମା ଦ୍ୱୀପପୁଞ୍ଜ ପାଇଁ ପବନର ବେଗ ଆହୁରି ବଢ଼ିବ।
ଶୁକ୍ରବାର ଓକିନାଓ୍ବା ଦକ୍ଷିଣର ସମୁଦ୍ର ଉପରେ ଏହି ଝଡ଼ ସ୍ଥିର ହୋଇ ପୁନର୍ବାର ପ୍ରିଫେକ୍ଟର ନିକଟତର ହେବା ପାଇଁ ଉତ୍ତର ଦିଗକୁ ଗତି କରିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଅକ୍ଟୋବର ୨୦୧୯ରେ ‘ହାଗିବିସ’ ନାମକ ଏକ ଝଡ଼ ଜାପାନରେ ଅନେକ ଧ୍ୱଂସ ଘଟାଇଥିଲା। ଏହି ଝଡ଼ ଯୋଗୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ଘୂର୍ଣ୍ଣିବଳୟରେ ଘଣ୍ଟା ପ୍ରତି ୨୧୬ କିଲୋମିଟର ପବନ ଥିଲା।

Share