ସଂଘର୍ଷମୟ ରଣବୀର ସିଂଙ୍କ କଲେଜ ଜୀବନ, ଟଙ୍କା ପାଇଁ କରୁଥିଲେ ଏପରି କିଛି

ବଲିଉଡ୍‌ ଅଭିନେତା ରଣବୀର ସିଂ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ୬ ଜୁଲାଇ ୧୯୮୫ରେ ଜନ୍ମ ହୋଇଥିଲେ। ଆଜି ତାଙ୍କର ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି ବିଶେଷ କଥା। ତାଙ୍କ ନାମ ରଣବୀର ଭବନାନି ଥିଲା । ଯାହାକୁ ପରେ ସେ ପରିବର୍ତ୍ତନ କରିଥିଲେ। ।
ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ସେ ଆମେରିକାର ଇଣ୍ଡିଆନା ୟୁନିଭରସିଟିରେ ଆଡମିଶନ ନେଇଥିଲେ । ବିଶ୍ୱବିଦ୍ୟାଳୟରେ ସେ ଅଭିନୟ କ୍ଲାସ ଏବଂ ଥିଏଟର ଅଭ୍ୟାସ ଆରମ୍ଭ କରିଥିଲେ । ତାଙ୍କ ଜକଲେଜ ଜୀବନ ବହୁତ ସଂଘର୍ଷମୟ ଥିଲା । ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ଷ୍ଟାରବକ୍ସରେ ପାର୍ଟ ଟାଇମ କାମ କରିଥିଲେ। କେବଳ ଏତିକି ନୁହେଁ, ଅଧିକ ରୋଜଗାର ପାଇଁ ସେ ବଟର ଚିକେନ ପ୍ରସ୍ତୁତ କରି ବିକୁଥିବା ଏକ ରିପୋର୍ଟରୁ ସୂଚନାମିଳିଛି।

Share