ଗାଧୋଉଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲେ ଛାତ୍ରୀ

ବଡ଼ଗାଁ,୨୬।୩: ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଧୀନ ଖରିଆମାଲ ନିକଟ ମାଲିପଡା ଗ୍ରାମରେ ଶୁକ୍ରବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଭୂମୀସୂତା ପଟେଲ (୧୮) । ଭୂମୀସୂତା ବଡ଼ଗାଁ ଡିଗ୍ରୀ କଲେଜରେ ପଢ଼ୁଥିଲେ। ମାଲିପଡା ଗ୍ରାମର ଭୂମୀସୂତା ପଟେଲ (୧୮)। ଶୁକ୍ରବାର ଭାରତ ବନ୍ଦ ଯୋଗୁ କଲେଜ ଆସି ନ ଥିଲେ । ଭୂମୀସୂତା ବାଡିରେ ଥିବା ବୋରିଂରେ ଗାଧୋଉଥିଲେ। ସେତିକିବେଳେ ଓଦା କପଡା କମ୍‌ ଉଚ୍ଚତାରେ ଟଣା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ବଡ଼ଗାଁ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share