ପୋଖରୀରେ ବୁଡ଼ିଯାଇ ଚାଲିଗଲା ଛାତ୍ରୀଙ୍କ ଜୀବନ

ବଇଣ୍ଡା,୮।୯(ଡି.ଏନ.ଏ): କିଶୋରନଗର ବ୍ଲକ ଗାଁ ବଇଣ୍ଡା ପଞ୍ଚାୟତ ବଡ଼ହୁଲା ଗ୍ରାମ ନିକଟରେ ଥିବା ଏକ ପୋଖରୀରେ ବୁଡି ସେହି ଗ୍ରାମର ଅର୍ଚ୍ଚନା ପ୍ରଧାନ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ଜଣାପଡିଛି, ଅର୍ଚ୍ଚନା ସକାଳେ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଗୋଡ଼ ଖସି ଯାଇଥିଲା। ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ବଇଣ୍ଡା ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।