ଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ଛାତ୍ର

ନିରାକାରପୁର,୨୮ା୧୦(ଡି.ଏନ୍‌.ଏ.): ବୁଧବାର ଅପରାହ୍ନରେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଗାଁ ନିକଟରେ ଥିବା ମନ୍ଦାକିନୀ ନଦୀରେ ବୁଡ଼ି ଜଣେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ୁଥିବା ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନିରାକାରପୁର ପଞ୍ଚାୟତ ରଥ କଲୋନୀର ଆଶୁତୋଷ ମିଶ୍ର। ସେ ଆଜି ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ ନଦୀକୂଳକୁ ଯାଇଥିଲେ। ସେହି ସମୟରେ ସେ ନଦୀରେ ପଶିଥିଲେ। ସାଙ୍ଗମାନେ ଆଶୁତୋଷ ବୁଡ଼ି ଯାଉଥିବା ଦେଖିଥିଲେ ମଧ୍ୟ ସେଲ୍ଫି ନେଉଥିବା ଭାବି ତାଙ୍କ ପାଖକୁ ଯାଇ ନ ଥିଲେ। ପରେ ସେଠାରେ ଆଉ ଅନ୍ୟମାନେ ଭୋଜି କରୁଥିଲେ। ସେମାନେ ଦେଖି ପାଟି କରି ଟାଙ୍ଗୀ ଦମକଳ ବାହିନୀକୁ ଦେବାରୁ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଆଶୁତୋଷଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

Share