Advertisement

ପ୍ରାର୍ଥନା କରୁଥିବା ସମୟରେ ପଡ଼ିଗଲେ ଛାତ୍ରୀ, ଡାକ୍ତରଖାନାରେ ଭର୍ତ୍ତି

ଦେବଗଡ଼,୨୨ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଗ୍ରୀଷ୍ମ ଲହରି ଜାରି ରହିଥିବା ବେଳେ ଗ୍ରୀଷ୍ମ ପ୍ରଭାବରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗୁରୁବାର ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବାରକୋଟ ବ୍ଲକ କୁଣ୍ଡାପିଠା ହାଇସ୍କୁଲରେ ପ୍ରାର୍ଥନା ଆରମ୍ଭ ହେବାର କିଛି ସମୟ ପରେ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସାଗରିକା ସୁହୁଳା (୧୪) ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ସ୍କୁଲ ଶିକ୍ଷୟିତ୍ରୀ/ଶିକ୍ଷକମାନେ ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ କୌଣସି ଉନ୍ନତି ନ ହେବାରୁ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତମାନ ମଧ୍ୟ ଛାତ୍ରୀଜଣଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share