୩ ବର୍ଷ ହେଲା ତଳେ ବସି ପଢୁଛନ୍ତି ଛାତ୍ରୀଛାତ୍ର

ଡେରାବିଶ, ୨୩ା୬(ବେବର୍ତ୍ତା ଅଜୟ ଦାସ): ଶିକ୍ଷା ବ୍ୟବସ୍ଥାକୁ ସମୃଦ୍ଧ କରିବା ପାଇଁ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଗୋଟିଏ ଲେଖାଏ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ୨୦୨୨ରୁ କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ହେଲେ ଏହି ବିଦ୍ୟାଳୟ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଛାତ୍ରୀଛାତ୍ରଙ୍କ ପାଇଁ ଆବଶ୍ୟକ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ୨୦୨୨ରୁ ବ୍ଲକ ଅଧୀନ ଚାଟରାଚକୋଡା ପଞ୍ଚାୟତ ହାପିମେଳକ ପ୍ରାଥମିକ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ଦେଢବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟ ଚାଲୁଥିଲା। କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ନବନିର୍ମିତ ଗୃହ କାର୍ଯ୍ୟ ଅର୍ଦ୍ଧନିର୍ମିତ ଅବସ୍ଥାରେ ଆଦର୍ଶ ବିଦ୍ୟାଳୟ ପାଇଁ ୬ଟି କୋଠରିି ହସ୍ତାନ୍ତର ପରେ ବିଦ୍ୟାଳୟ ସ୍ଥାନାନ୍ତର ହୋଇଥିଲା। ଗଣଶିକ୍ଷା ବିଭାଗର ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ଛାତ୍ରୀଛାତ୍ରଙ୍କ ପାଇଁ ବେଞ୍ଚ, ଡେସ୍କ, ଶିକ୍ଷକମାନଙ୍କ ପାଇଁ ଚେୟାର, ଟେବୁଲ ଓ ଅନ୍ୟ ସରଞ୍ଜାମ ଯୋଗାଇ ଦେବା ପାଇଁ କର୍ତ୍ତୃପକ୍ଷ କେନ୍ଦ୍ରାପଡ଼ା ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ଆର୍ଥତ୍କ ଅନୁଦାନ ଯୋଗାଇ ଦେଇଥିଲେ। ବିଦ୍ୟାଳୟ ଖୋଲାଯିବା ଇତିମଧ୍ୟରେ ୩ବର୍ଷ ଅତିକ୍ରମ କରିଯାଇଥିଲେ ମଧ୍ୟ ପିଲାଙ୍କ ପାଇଁ ଏଯାଏଁ ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ବେଞ୍ଚ, ଡେସ୍କ ଯୋଗାଇ ଦିଆଯାଇନାହିଁ। ଶିକ୍ଷା ଅଧ୍ୟୟନ ପାଇଁ ନିଯୁକ୍ତ ହୋଇଥିବା ଶିକ୍ଷୟିତ୍ରୀଶିକ୍ଷକଙ୍କ ପାଇଁ ମଧ୍ୟ ଚେୟାର, ଟେବୁଲ୍‌, ଆଲମିରା, ଅନ୍ୟ ସରଞ୍ଜାମ ଯୋଗା ନ ଯିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ଅଭିମନ୍ୟୁ ରାଉତ କହିଛନ୍ତି, ଜିଲା ଶିକ୍ଷାଧିକାରୀଙ୍କ ମନମାନି ଏହି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ ଦୁର୍ବଳ କରିବାରେ ଲାଗିଛି। ଯଶୋବନ୍ତ ପ୍ରଧାନ କହିଛନ୍ତି, ଏ ବିଷୟରେ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କୁ ଅଭିଭାବକମାନେ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ଟେଣ୍ଡର କାର୍ଯ୍ୟ କରାଯାଇ ଖୁବ୍‌ଶୀଘ୍ର ଡେସ୍କ, ବେଞ୍ଚ, ଚେୟାର, ଟେବୁଲ ଓ ଆଲମିରା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ମାତ୍ର କେତେବେଳେ ନିର୍ବାଚନ ଆଚରଣ ବିଧି ଓ ଆଚରଣ ବିଧି ଉଠିଲା ପରେ ବିଦ୍ୟାଳୟକୁ ସରଞ୍ଜାମ ଯୋଗାଇ ଦିଆଯିବ କେବଳ ଆମମାନଙ୍କୁ ମିଛ ଆଶ୍ୱାସନା ଦେଉଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ଗତ ୧୭ ତାରିଖରୁ ବିଦ୍ୟାଳୟ ଖୋଲାଯାଇଛି। ସକାଳୁଆ ବିଦ୍ୟାଳୟ ହେଉଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଇଁ ବେଞ୍ଚ, ଡେସ୍କ ନ ଥିବାରୁ ଶ୍ରେଣୀଗୃହରେ ତଳେ ବସି ସେମାନେ ଅଧ୍ୟୟନ କରୁଛନ୍ତି। ଦୀର୍ଘ ୩ ବର୍ଷ ଧରି ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର ତଳେ ବସି ଅଧ୍ୟୟନ କରୁଥିବାକୁ ନେଇ ଅଭିଭାବକମାନେ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଭେଟି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏ ବିଷୟରେ ଅଧ୍ୟକ୍ଷ ପ୍ରିୟବ୍ରତ ସ୍ବାଇଁଙ୍କୁ ପଚାରିବାରୁ ଏଯାଏଁ କୌଣସି ସରଞ୍ଜାମ ଆସି ନ ଥିବାରୁ ପିଲାଙ୍କୁ ଶିକ୍ଷାଦାନ ପାଇଁ ଦୁଇଟି ନୂଆପାଲ କିଣାଯାଇ ତଳେ ପକାଯାଇଛି। ତୁରନ୍ତ ସରଞ୍ଜାମ ଯୋଗାଇ ଦେବା ପାଇଁ ବିଦ୍ୟାଳୟ ସଙ୍ଗଠନ କର୍ତ୍ତୃପକ୍ଷ ଓ ସେ ନିଜେ ଜିଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଚିଠି ଦ୍ୱାରା ଜଣାଇଛନ୍ତି। ଶିକ୍ଷାଧିକାରୀ ନାଗଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଟେଣ୍ଡର କରାଯାଇ ବିଦ୍ୟାଳୟକୁ ସରଞ୍ଜାମ ଯୋଗାଇ ଦିଆଯିବ। ଏହାର ବିକଳ୍ପ କ’ଣ ବୋଲି ପଚାରିବାରୁ ଶିକ୍ଷା ଅଧିକାରୀ ନାଗ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ବର୍ତ୍ତମାନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୪୨ ରହିଛି। ସେଥିମଧ୍ୟରୁ ଷଷ୍ଠ ଶ୍ରେଣୀରେ ୮୦, ସପ୍ତମରେ ୮୨ ଓ ଅଷ୍ଟମ ଶ୍ରେଣୀରେ ୮୦ଜଣ ଛାତ୍ରୀଛାତ୍ର ଅଧ୍ୟନରତ ଅଛନ୍ତି। ପିଲାଙ୍କୁ ଶିକ୍ଷାଦାନ ପାଇଁ ୮ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତ ପାଇଛନ୍ତି। ଏପରିକି କାର୍ଯ୍ୟାଳୟରେ ଶିକ୍ଷକମାନଙ୍କ ବସିବା ପାଇଁ ଚେୟାର୍‌, ଟେବୁଲ୍‌ ନ ଥିବାରୁ ସେମାନେ ଛିଡାହୋଇ ରହୁଥିବା ଦେଖିବାକୁ ମିଳୁଛି। ଆଦର୍ଶ ବିଦ୍ୟାଳୟର ଅବ୍ୟବସ୍ଥା ପାଇଁ ବ୍ଲକ ଅଞ୍ଚଳରେ ଶିକ୍ଷାବିତ୍‌ ମହଲରେ ଗଭୀର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶିକ୍ଷାବିତ୍‌ ଅଧ୍ୟାପକ ଗୋଲକ ଚନ୍ଦ୍ର ମହାଭୋଇ କହିଛନ୍ତି, ଆଦର୍ଶ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଅଧ୍ୟୟନ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏହି ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ କେନ୍ଦ୍ରାପଡ଼ା ଜିଲାପାଳ ରହିଥିବା ବେଳେ ଏହି କମିଟିରେ ଅତିରିକ୍ତ ଜିଲାପାଳ, ଡେରାବିଶ ବିଡିଓ ଓ ବହୁ ବୁଦ୍ଧିଜୀବୀ ରହିଛନ୍ତି। ମାତ୍ର ଦୀର୍ଘବର୍ଷର ସମସ୍ୟାକୁ ସମାଧାନ କରିବାକୁ କାହାରି ଯେପରି ଆନ୍ତରିକତା ନ ଥିବା ପରି ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ...

UPSC ଫଳାଫଳ ପ୍ରକାଶିତ: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୨୨।୪:ଲୋକସେବା ଆୟୋଗ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ପ୍ରୟାଗରାଜର ଶକ୍ତି ଦୁବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସମସ୍ତ ପ୍ରାର୍ଥୀ upsc.gov.in କୁ...

‘ସଂସଦ ସର୍ବୋଚ୍ଚ, ଏହା ଉପରେ କେହି ନୁହଁନ୍ତି’: ପୁଣି ସୁପ୍ରିମକୋର୍ଟକୁ ଟାର୍ଗେଟ୍‌ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨।୪: ଉପରାଷ୍ଟ୍ରପତି ଜଗଦୀପ ଧନଖର ପୁଣି ଥରେ ଭାରତର ସମ୍ବିଧାନରେ ନିର୍ଦ୍ଦିଷ୍ଟ ଶାସନ ଢାଞ୍ଚାରେ ନ୍ୟାୟପାଳିକାର ଭୂମିକା ଏବଂ ସୀମା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ...

ଗଞ୍ଜାମ ପୁଲିସରର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

ଅନ୍ୟାୟ, ଅତ୍ୟାଚାର ଅଭିଯୋଗ: ନ୍ୟାୟ ଦାବିରେ ସପରିବାର ଧାରଣା

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଗ୍ରାମର ଲିପି ସାହୁଙ୍କ ପରିବାର ଉପରେ କିଛି ଲୋକ ଅନ୍ୟାୟ, ଅତ୍ୟାଚାର କରି ଚାଲିଥିବା ଅଭିଯୋଗ...

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ...

IPL ରେ ଏହି ଟିମ ଉପରେ ଆସିଲା Match Fixing ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଜିତିଥିବା ମ୍ୟାଚ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ Match Fixingର ଅଭିଯୋଗ ଆସିଛି। ଏହି ମ୍ୟାଚରେ ରାଜସ୍ଥାନକୁ ଜିତିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image