ବ୍ରିଜ୍‌ ଉପରେ ସାଇକେଲ ରଖି ମହାନଦୀକୁ ଡେଇଁପଡ଼ିଲେ ଛାତ୍ରୀ

ସମ୍ବଲପୁର,୨୪ା୮: ସମ୍ବଲପୁର ଜିଲାର ଚାଉଁରପୁର ବ୍ରିଜ୍‌ ଉପରୁ ଜଣେ ଛାତ୍ରୀ ଶନିବାର ମହାନଦୀକୁ ଡେଇଁପଡ଼ିଛନ୍ତି। ଛାତ୍ରୀ ଜଣକ ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଛନ୍ତି। ପ୍ରାତଃ ଭ୍ରମଣରେ କିଛି ଲୋକ ଆସିଥିବା ବେଳେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ତେବେ କେଉଁ କାରଣରୁ ସେ ନଦୀକୁ ଡେଇଁଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଛାତ୍ରୀ ଜଣକ ସ୍ଥାନୀୟ ଏକ ହାଇସ୍କୁଲରେ ପାଠ ପଢୁଥିଲେ ବୋଲି ଜଣାପଡ଼ିଛି।

Share