କବାଟ ବନ୍ଦ କରି ଫାଶି ଲଗାଇଲେ ଛାତ୍ରୀ; ମେସ୍‌ରୁ ଉଦ୍ଧାର ହେଲା ମୃତଦେହ

ଭଦ୍ରକ,୨୮।୯: ଭଦ୍ରକ ଟାଉନ ଥାନା ଜଗନ୍ନାଥପୁର ଅଞ୍ଚଳର ଏକ ଲେଡିଜ ମେସରୁ ମଙ୍ଗଳବାର ଜଣେ ଛାତ୍ରୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି। ଛାତ୍ରୀ ଜଣକ ଯୁକ୍ତ ୨ କଳା ବିଭାଗରେ ମହିଳା କଲେଜରେ ପଢ଼ୁଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ସୋମବାର ରାତିରେ ଛାତ୍ରୀଜଣଙ୍କ କବାଟ ବନ୍ଦ କରି ବେକରେ ଫାଶି ଲଗାଇଥିଲେ। ଏନେଇ ମେସ୍‌ ମାଲିକ ଜାଣିବା ପରେ ପୋଲିସ ଓ ଛାତ୍ରୀଙ୍କ ପରିବାରକୁ ସୂଚନା ଦେଇଥିଲେ। ପରିବାରଲୋକେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ।