ତୈଳ ଜାତୀୟ ଫସଲ ବୁଲି ଦେଖିଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ର ଚାଷ ସମ୍ପର୍କିତ ଶିକ୍ଷା ପ୍ରାପ୍ତ ପାଇଁ ତୈଳ ଜାତୀୟ ଫସଲ ଜମି ବୁଲି ଦେଖିଛନ୍ତି।
ପ୍ରକାଶ ଯେ, ସ୍ବେଛାସେବୀ ଅନୁଷ୍ଠାନ ଜାଗୃତି ର ସହଯୋଗରେ ଛାତ୍ରୀଛାତ୍ର ମାନେ ଶ୍ରୀପାଙ୍ଗା, ଗ୍ରୀନବାଡି ଓ ଲାଇନପଡା ଅଞ୍ଚଳରେ ହୋଇଥିବା ତୈଳ ଜାତୀୟ ଫସଲ (ତିଳା ଫସଲ )ବୁଲି ଦେଖିଛନ୍ତି। ସେମାନଙ୍କୁ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷାର ତାଲିମଦାତା ହରପ୍ରିୟା ବେହେରା ତାଲିମ ପ୍ରଦାନ କରିବା ସହ ଏହି ଚାଷ କେଉଁ ମାସ ରେ ବିହନ ବୁଣାଯାଇଥାଏ ଓ କେବେ ଅମଳ ହୋଇଥାଏ ଏହାର ବିହନ ସଂଗ୍ରହ ଓ ଚାଷ ପଦ୍ଧତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥିଲେ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟର ଶର୍ମିଷ୍ଠା କୁମାରୀ ପ୍ରଧାନ ଗାଇଡ଼ କରିଥିଲେ।

 

Share