ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ଜିନିଷ ଭାଇରାଲ ହୋଇଥାଏ। ଏଥିରୁ କିଛି କଥା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏବେ ଫିଲିପାଇନ୍ସରୁ ଏହିପରି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଲୋକେ କିଛି ବୁଝିପାରିବେ ନାହିଁ। କଲେଜ ଛାତ୍ରୀଛାତ୍ର ଅଜବ ଟୋପି ଲଗାଇ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି। ଏହି ଟୋପିଗୁଡ଼ିକ କାଗଜ ଏବଂ ବର୍ଜ୍ୟବସ୍ତରୁ ତିଆରି ହୋଇଛି। ଏହା କୌଣସି ସୁରକ୍ଷା ଉଦ୍ଦେଶ୍ୟରେ ପିନ୍ଧାଯାଏ ନାହିଁ। ତେବେ ପ୍ରଶ୍ନ ଉଠୁଛି ପିଲାମାନେ ତାହେଲେ କାହିଁକି ଏପରି ଟୋପି ପିନ୍ଧିଛନ୍ତି।
ଆପଣ ଭାବୁଥିବେ ଏହି ଟୋପି ସହିତ ପିଲାମାନେ ପରୀକ୍ଷା ଦେବାକୁ କିପରି ଅନୁମତି ପାଇଲେ? ତେବେ ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…
ଏହି ଫଟୋ ଫିଲିପାଇନ୍ସର ବିକୋଲ ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂର। ଯେଉଁଠି ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ଆସିଥିଲେ।ଲେଗାଜପି ସିଟିରେ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରମାନଙ୍କୁ ହେଡଗର ପିନ୍ଧିବାକୁ କୁହାଯାଇଥିଲା ଯାହା ଦ୍ୱାରା ସେମାନେ ପରସ୍ପରଠାରୁ କପି କରିପାରିବେ ନାହିଁ। ଏହାର ପ୍ରତିବାଦରେ ଛାତ୍ରୀଛାତ୍ର ନିଜେ ଘରେ ତିଆରି ଅଜବ ହେଡ୍ଗର ପିନ୍ଧି ପରୀକ୍ଷା ଦେବାକୁ ଆସିଥିଲେ, ଯାହା ଦେଖିବା ଅତ୍ୟନ୍ତ ମଜାଦାର। ସେମାନଙ୍କର ଫଟୋ ମେକାନିକାଲ ଇଞ୍ଜିନିୟରିଂ ପ୍ରଫେସର ମେରି ଜୋ ମାଣ୍ଡେନ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଶେୟାର କରିଛନ୍ତି।
ପ୍ରଫେସର ମେରି କହିଛନ୍ତି, ତାଙ୍କୁ ସାଧା କାଗଜରେ ନିର୍ମିତ ହେଡଗର୍ ପିନ୍ଧିବାକୁ କୁହାଯାଇଥିଲା, କିନ୍ତୁ ଛାତ୍ରମାନେ ଘରେ ଥିବା ଖାଲି ଜିନିଷ ସହିତ ଏହାକୁ ସୃଜନଶୀଳ କରିଥିଲେ। କେହି କେହି କାର୍ଡବୋର୍ଡ ତିଆରି କରିଥିଲେ ଏବଂ କେହି କେହି ହାଲୋଏନ୍ ଥିମ ଉପରେ ଏପରି ମାସ୍କ ତିଆରି କରିଥିଲେ, ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି।