Categories: ଜାତୀୟ

ପୁଅ ପିଲାଙ୍କ ଡ୍ରେସ୍‌ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ ଛାତ୍ରୀ, ଆଉ ତା’ ପରେ…

ଗୁଆହାଟୀ,୧୭ା୯: ଆସାମରେ ଜଣେ ଛାତ୍ରୀ ପୁଅ ପିଲାଙ୍କ ଡ୍ରେସ୍‌ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଇଥିବାରୁ ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମିତି ମିଳି ନ ଥିଲା। ଫଳରେ ଛାତ୍ରୀ ଜଣକ ଦେହରେ ପରଦା ଢାଙ୍କି ପରୀକ୍ଷା ଦେଇଥିଲେ। ସୋନିତପୁର ଜିଲା ତେଜପୁରର ଏକ ପରୀକ୍ଷା କେନ୍ଦ୍ରରେ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା। କାରଣ ସେ ପୁଅପିଲାଙ୍କ ଡ୍ରେସ୍‌ ପିନ୍ଧିଥିଲେ।

ଏହି ଘଟଣା ଚୌଧୁରୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜି, ତେଜପୁରରେ ହୋଇଛି। ସେପ୍ଟେମ୍ବର ୧୫ରେ କୃଷି ପ୍ରବେଶ ପରୀକ୍ଷା ଥିଲା। ୧୯ ବର୍ଷୀୟା ଜୁବୁଲି ତମୁଲି ନିଜ ପିତାଙ୍କ ସହ ବିଶ୍ୱନାଥରୁ ତେଜପୁର ଆସିଥିଲେ। ମାତ୍ର ଜୁବୁଲିଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଦିଆଯାଇ ନ ଥିଲା। ଜୁବୁଲି ପଚାରିବାରୁ କେନ୍ଦ୍ରର ପର୍ଯ୍ୟବେକ୍ଷକ ତାଙ୍କୁ କାହିଁକି ଏପରି ଡ୍ରେସ୍‌ ପିନ୍ଧି ଆସିଛ ବୋଲି ପଚାରିଥିଲେ। ଶେଷରେ ଜୁବୁଲିଙ୍କ ଦୁଇ ସାଙ୍ଗ ତାଙ୍କୁ ଏକ ସ୍କ୍ରିନ୍‌ ବା ପରଦା ଆଣି ଦେଇଥିଲେ। ଏହାକୁ ଦେହରେ ଘୋଡ଼ାଇ ହୋଇ ସେ ପରୀକ୍ଷା ଦେଇଥିଲେ।

Share