ଚିକିଟି,୨ା୪: ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଧାନଘର ଫାଣ୍ଡି ଡାଳପଲଙ୍କ ଅଞ୍ଚଳର ଜଣେ ଦଶମ ଛାତ୍ରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ହେଲେ ପ୍ରେମ ସମ୍ପର୍କକୁ ନେଇ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୋଲିସକୁ ନ ଜଣାଇ ମୃତଦେହ ସଂସ୍କାର କରାଯାଇଛି। ଏହି କାରଣରୁ ପୋଲିସର ସନ୍ଦେହ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଗାଁରେ ପହଞ୍ଚତ୍ ତଦନ୍ତ ଚଳାଇଛି।