ଶିକ୍ଷକଙ୍କୁ ନ ଛାଡ଼ି ବାଟ ଓଗାଳିଲେ ଛାତ୍ରୀଛାତ୍ର

ଖୁଣ୍ଟୁଣୀ,୨୪।୯( ସଚ୍ଚିଦାନନ୍ଦ ପଣ୍ଡା ): ଖୁଣ୍ଟୁଣୀ ଥାନା ଘଣ୍ଟିଖାଲସ୍ଥିତ ନୋଡାଲ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ସୁକାନ୍ତ କୁମାର ସାହୁଙ୍କ ବଦଳିକୁ ନେଇ ଶନିବାର ଅଭାବନୀୟ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ବଦଳିକୁ ସହଜରେ ଗ୍ରହଣ କରିପାରି ନ ଥିଲେ ଛାତ୍ରୀଛାତ୍ର। ପିୟ ସାର୍‌ଙ୍କୁ ଛାଡ଼ିବୁ ନାହିଁ ବୋଲି କହି ସୁକାନ୍ତଙ୍କ ଆଗରେ ବସି ବାଟ ଓଗାଳିଥିଲେ। ଏଥିସହ ମଧ୍ୟାହ୍ନ ଭୋଜନ ବର୍ଜନ କରିଥିଲେ। ଏହି ଖବର ପ୍ରଚାରିତ ହେବାମାତ୍ରେ ଅଭିଭାବକମାନେ ମଧ୍ୟ ପିଲାଙ୍କ ଦାବିକୁ ସମର୍ଥନ ଜଣାଇଥିଲେ।

ସୂଚନା ମୁତାବକ, ଶିକ୍ଷକ ସୁକାନ୍ତ ୨୦୦୮ରୁ ଦୀର୍ଘ ୧୫ ବର୍ଷ ହେବ ଘଣ୍ଟିଖାଲ ନୋଡାଲ ଉପ୍ରା ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନରେ ଶିକ୍ଷକତା କରୁଛନ୍ତି । ଶନିବାର ସକାଳେ ତାଙ୍କ ବଦଳି ଆଦେଶ ଆସିଥିଲା। ଏହାକୁ ଛାତ୍ରୀଛାତ୍ରମାନେ ବିରୋଧ କରିଥିଲେ। ଶେଷରେ ପିଲାଙ୍କୁ ବୁଝାଶୁଝା କରି ସୁକାନ୍ତ ବଦଳି ହୋଇଥିବା ବିଦ୍ୟାଳୟକୁ ଚାଲିଯାଇଥିଲେ। ଅପରପକ୍ଷେ ଶିକ୍ଷକଙ୍କ ବଦଳି ବାତିଲ ନ ହେଲେ ସୋମବାର ଛାତ୍ରୀଛାତ୍ର ଓ ଅଭିଭାବକମାନେ ସ୍କୁଲ ଗେଟରେ ତାଲା ପକାଇବାକୁ ଧମକ ଦେଇଛନ୍ତି। ଏହି ଘଟଣା ଏବେ ଆଠଗଡ଼ରେ ଆଲୋଚନାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ମଣ୍ଡିକୁ ନେଇ ବିବାଦ: ଧାରଣା ଦେଲେ ଖେଳାଳି

ହିଞ୍ଜିଳିକାଟୁ,୨୩।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁରେ ଆରଏମସି ମାକେର୍ଟ ୟାର୍ଡ ମଧ୍ୟରେ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡି...

ରାଜ୍ୟରେ ୪୦୦୦ ଖାଲି କନିଷ୍ଠ ଶିକ୍ଷକ ପଦବୀ ପୂରଣ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୩ା୧୨: ରାଜ୍ୟରେ କନିଷ୍ଠ ଶିକ୍ଷକ ପଦବୀ ନିଯୁକ୍ତିକୁ ନେଇ ଚାଲିଥିବା ବିବାଦରେ ପୁଣିଥରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ସଦ୍ୟତମ ବିକାଶରେ ହାଇକୋର୍ଟ ନୂତନ କଟ୍ ମାର୍କ...

ଲାଞ୍ଚ ନେବାବେଳେ ବ୍ଲକ ଯୋଗାଣ ସାହାୟିକାଙ୍କ ଉପରେ ମାଡିବସିଲା ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ଚଢାଉ

କୋରାପୁଟ,୨୩।୧୨ ( ଅମିତାଭ ବେହେରା ): ଭିଜିଲାନ୍ସ ଜାଲରେ ପଡିଲେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା। କୋରାପୁଟ ଜିଲାର ଦଶମନ୍ତପୁର...

ସ୍ଥାୟୀ ବିଇଓ ନିଯୁକ୍ତି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀ (ବିଇଓ )ସ୍ଥାୟୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି। ଉକ୍ତ ବ୍ଲକର...

ମନ୍ତ୍ରୀ କଲେ ବଡ଼ ଖୁଲାସା: ”ରାଜ୍ୟରେ ଏବେ ବି ରହିଛି ବିଜେଡି ଶାସନ ଚାପ”

କେସିଙ୍ଗା, ୨୩।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଗସ୍ତରେ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ...

ବୁଢା ଡଙ୍ଗର ଲକୋମହୋତ୍ସବ ଆରମ୍ଭ: ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା୨୩।୧୨: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢା ଡଙ୍ଗର ଲୋକ ମହୋତ୍ସବ ରବିବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ସ୍ଥାନୀୟ...

ପ୍ରେସର କୁକର୍ ଗୋଦାମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୩।୧୨: ସତ୍ୟନଗର ସ୍ଥିତ ଏକ ପ୍ରେସର କୁକର୍ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରଭାବ ବହୁତ ଅଧିକ ଥିବା ଅବେଳେ ଏଥିରେ ଗୋଦାମରେ ଥିବା ସାମଗ୍ରୀ...

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି: ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତଦିନରେ ଅଦିନିଆ ବର୍ଷା କାରଣରୁ ଚାଷୀମାନେ କ୍ଷତିର ସାମ୍ନା କରିଛନ୍ତି। ଅନେକ ଜିଲାରେ ଧାନ ବିଲରେ ଧାନ ଭାସି ଯାଇଥିବା ବେଳେ ବାଦାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri